ରାଜସ୍ବ ବଳକା ସଚ୍ଚୋଟତାର ବଡ଼ ପ୍ରମାଣ: କେଜ୍ରିୱାଲ୍

Advertisment
ତିହାର ଗଲେ କେଜ୍ରିୱାଲ: ଜେଲ୍‌ ଯିବାରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ

Image Courtesy of NDTV

ଭୁବନେଶ୍ବର: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ରାଜସ୍ବ ବଳକାକୁ ‘ସଚ୍ଚୋଟତା’ର ବଡ଼ ପ୍ରମାଣ ବୋଲି କହିଛନ୍ତି। ଦିଲ୍ଲୀ ବିଧାନସଭାରେ ଦାଖଲ ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଳେଖ ରହିଛି ଯେ ଦିଲ୍ଲୀ ସରକାର ୨୦୧୫-୧୬ରୁ ୨୦୧୯-୨୦ ପର୍ଯ୍ୟନ୍ତ ରାଜସ୍ବ ବଳକା ରାଜ୍ୟ ହୋଇରହିଛି। କିନ୍ତୁ ସେଥିରେ ସ୍ପଷ୍ଟ କରାଯାଇଛି ଯେ କର୍ମଚାରୀମାନଙ୍କ ପେନ୍‌ସନ୍ ଖର୍ଚ୍ଚକୁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ଖର୍ଚ୍ଚକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ବହନ କରୁଥିବାରୁ ଦିଲ୍ଲୀ ରାଜସ୍ବ ବଳକା ହୋଇପାରିଛି। ବହୁ ବର୍ଷ ଆଗରୁ ରାଜସ୍ବ ବଳକା ରାଜ୍ୟ ଭାବେ ପରିଗଣିତ ହେଉଛି ଓଡ଼ିଶା। ପୂର୍ବରୁ ରାଜସ୍ବ ନିଅଣ୍ଟ ରାଜ୍ୟ ଭାବେ ପରିଣତ ହେଉଥିବା ଓଡ଼ିଶା ଆର୍ଥିକ ସ୍ଥିତିରେ ସୁଧାର ଆଣି ୨୦୦୫ ପରଠାରୁ ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ରାଜସ୍ବ ବଳକା ୧୮,୨୪୦ କୋଟି ଟଙ୍କା ରହିବ ବୋଲି ବଜେଟ୍‌ରେ ଆକଳନ କରାଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe