ଦଶହରାରେ ଶସ୍ତାରେ ମିଳିପାରେ ବାଇକ, କେନ୍ଦ୍ର ସରକାର କମାଇପାରନ୍ତି ବାଇକ ମୂଲ୍ୟ

Advertisment
ଦଶହରାରେ ଶସ୍ତାରେ ମିଳିପାରେ ବାଇକ, କେନ୍ଦ୍ର ସରକାର କମାଇପାରନ୍ତି ବାଇକ ମୂଲ୍ୟ

CarandBike - NDTV

ନୂଆଦିଲ୍ଲୀ: ଦଶହରାରେ ବାଇକ କିଣିବାକୁ ଚାଁହୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର ଆଣିପାରନ୍ତି କେନ୍ଦ୍ର ସରକାର | କାରଣ କେନ୍ଦ୍ର ସରକାର ଦୁଇ ଚକିଆ ଯାନ ବାଇକ୍ କିମ୍ବା ସ୍କୁଟିର ମୂଲ୍ୟ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏ ବାବଦରେ ସୂଚନା ଦେଇଛନ୍ତି | ଆସନ୍ତାକାଲି ଜିଏସଟି ପରିଷଦ ବୈଠକ ହେବାକୁ ଯାଉଥିବାବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏ ବାବଦରେ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ଦୁଇ ଚକିଆ ଯାନ ବିଳାସପୂର୍ଣ୍ଣ ଜିନିଷ ନୁହେଁ କିମ୍ବା ଏହା କ୍ଷତିକାରକ ଦ୍ରବ୍ୟ ବର୍ଗରେ ନାହିଁ, ତେଣୁ ଜିଏସଟି ହାର ସଂଶୋଧନ ପାଇଁ ଚିନ୍ତା କରାଯାଇଛି। ସେ କହିଛନ୍ତି ଯେ ଦୁଇ ଚକିଆ ଯାନ ଉପରେ ଜିଏସଟି ହାର ସଂଶୋଧନ ପ୍ରସଙ୍ଗରେ ଜିଏସଟି ପରିଷଦ ବୈଠକରେ ବିଚାର କରାଯିବ।

ଏଠାରେ ସୂଚନା ଥାଉ ଯେ ଦୁଇ ଚକିଆ ଯାନ ଉପରେ ବର୍ତ୍ତମାନ ୨୮ ପ୍ରତିଶତ ହାରରେ ଜିଏସଟି ଲାଗୁ କରାଯାଇଥିବାବେଳେ ଗତ ବର୍ଷ ଦେଶର ସର୍ବବୃହତ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ମଧ୍ୟ ଏ ବାବଦରେ ସରକାରଙ୍କୁ ନିବେଦନ କରିଥିଲା । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଇକ ଉପରେ ୨୮ ପ୍ରତିଶତ ବଦଳରେ ୧୮ ପ୍ରତିଶତ ସ୍ଲାବରେ ଏହାକୁ ସାମିଲ କରାଯାଇପାରେ |

ସୂଚନା ଥାଉ କି ଦେଶର ଲକ୍ଷ ଲକ୍ଷ ମଧ୍ୟବିତ୍ତ ପରିବାର ଦୁଇ ଚକିଆ ବାଇକ ଉପରେ ନିର୍ଭର କରୁଥିବାବେଳେ ତମାଖୁ, ସିଗାରେଟ ଭଳି କ୍ଷତିକାରକ ଜିନିଷ ଶ୍ରେଣୀରେ ଏହାକୁ ରଖାଯାଇଛି। ଯଦିଓ ସରକାର ଜିଏସଟି କମାଇବା ଉପରେ ଆସନ୍ତାକାଲି ନିଷ୍ପତ୍ତି ନିଅନ୍ତି ତେବେ ଆସନ୍ତା ଦଶହରା ସମୟରେ ଆପଣ ଶସ୍ତା ମୂଲ୍ୟରେ ଏକ ବାଇକ୍ କିମ୍ବା ସ୍କୁଟର ପାଇବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe