ଧନୀ ତାଲିକା‌ରେ ତୃତୀୟକୁ ଖସିଲେ ବିଲ୍ ଗେଟ୍‌ସ

Advertisment

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟ୍‌ସ ପ୍ରଥମ ଥର ପାଇଁ ବ୍ଲୁମବର୍ଗ ଧନୀ ତାଲିକାର ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ଏହି ତାଲିକାରେ ଆମାଜନ୍‌ର ମୁଖ୍ୟ ଜେଫ୍ ବେଜୋସ୍‌ ଏକ ନମ୍ବର ସ୍ଥାନରେ ଥିବା ବେଳେ ବିଲ୍‌ ଗେଟ୍‌ସଙ୍କ ଠାରୁ ଦ୍ବିତୀୟ ସ୍ଥାନକୁ ଲୁଇ ଭୁଟନ୍‌ର ସିଇଓ ବର୍ନାଡ୍‌ ଆର୍ନୋଲ୍ଡ ଛଡ଼ାଇ ନେଇଛନ୍ତି। ଫ୍ରାନ୍ସର ବାସିନ୍ଦା ବର୍ନାଡ୍‌ଙ୍କ ସମ୍ପତ୍ତି ପରିମାଣ ୭.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବା ପରେ ସେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଲୁଇ ଭୁଟନ୍‌ର ସେୟାର ମୂଲ୍ୟ ବଢ଼ିଯିବା ଯୋଗୁ ବର୍ନାଡ୍‌ଙ୍କ ସମ୍ପତ୍ତି ପରିମଶର ୨.୭୩ ଲକ୍ଷ କୋଟି ଟଙ୍କା ବଢ଼ିଯାଇଛି। ବିଲ୍‌ ଗେଟସ୍‌ଙ୍କ ସମ୍ପତ୍ତି ପରିମଶର ୭.୪ ଲକ୍ଷ କୋଟି ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe