୯୦ ଲକ୍ଷ ଟଙ୍କାର ଗାଡ଼ି କିଣିଲେ ବିପାଶା ବସୁ ଏବଂ ସ୍ବାମୀ କରଣ

Advertisment
୯୦ ଲକ୍ଷ ଟଙ୍କାର ଗାଡ଼ି କିଣିଲେ ବିପାଶା ବସୁ ଏବଂ ସ୍ବାମୀ କରଣ

ମୁମ୍ବାଇ: ଷ୍ଟାର ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ନିଜର ନୂତନ ବିଳାସପୂର୍ଣ୍ଣ କାର୍‌ କିଣିଛନ୍ତି। ନୂଆ ଗାଡ଼ି କିଣିବା ପରେ ଏହା ସେମାନେ ନିଜ ଝିଅ ଦେବୀଙ୍କ ନୂଆ ଯାନ ବୋଲି କହିଛନ୍ତି। ତେବେ ବିପାଶା ଅଡି କ୍ୟୁ୭ କିଣିଥିବା ଜଣାପଡ଼ିଛି। ଏହାର ଦର  ୮୪.୭୦ ଲକ୍ଷରୁ ୯୨.୩୦ ଲକ୍ଷ ମଧ୍ୟରେ ରହିଥିବା ବେ‌ଳେ ସେ ଏହି ନୂଆ ଗାଡ଼ି କିଣି ସେମାନଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ସେୟାର କରିଛନ୍ତି।

ଏହି କ୍ଲିପରେ ଦେଖିବାକୁ ମିଳିଛି ଯେ ବିପାଶା ଏବଂ କରଣ ଏକ ନାଲି କପଡ଼ାରେ ଘୋଡ଼େଇ ହୋଇଥିବା ଏକ କାର ଆଡକୁ ଯାଉଛନ୍ତି ଏବଂ କପଡ଼ାକୁ କାଢ଼ି ସେମାନଙ୍କ ନୂଆ ଗାଡ଼ିକୁ ଦେଖୁଛନ୍ତି। ଦୁହେଁ ଏହି ଧଳା ରଂଗର କାରର ଚାବି ନେବା ପରେ ସେଠାରେ କେକ୍‌ କାଟି ଖୁସି ମନାଇଛନ୍ତି। ବିପାଶା ତାଙ୍କର ଏହି ବିଳାସମୟ ଗାଡ଼ି କିଣିସାରି କ୍ୟାପସନରେ ଲେଖିଛନ୍ତି, ‘ଦେବୀଙ୍କ ନୂତନ ଗାଡ଼ି (ଲାଲ୍ ହାର୍ଟ  ଏବଂ ଆଖି ଇମୋଜି) ବି ଦେଇଛନ୍ତି ତାଙ୍କ ପୋଷ୍ଟ୍‌‌ରେ।

ତେବେ ବିପାଶା ଗାଡ଼ି କିଣିଥିବା ବେଳେ ତାଙ୍କୁ ଅଡି ପକ୍ଷରୁ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି। ଅଡି ତା’ର୍‌ ଇନ୍‌‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ବିପାଶାଙ୍କୁ ଅଡି ସହ ଯୋଡ଼ି ହୋଇଥିବାରୁ ସ୍ବାଗତ ଜଣାଇବା ସହ ଶୁଭେଚ୍ଛା ଜଣାଇଛି।

ବିପାଶା ଏବଂ କରଣ ୨୦୧୬ ମସିହାରେ ସେମାନଙ୍କର ଚଳଚ୍ଚିତ୍ର 'ଏଲୋନ୍‌'ର ସେଟରେ ଏକାଠି କାମ କରିବା ପରେ ବିବାହ କରିଥିଲେ। ନଭେମ୍ବର, ୨୦୨୨ ରେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନ ଦେବୀଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe