ପୁଣି ବଢ଼ିଲା ବିଟ୍‌କଏନ୍ ଚାହିଦା: ମୂଲ୍ୟ ୮୦ ହଜାର ଡଲାର

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବା ପରେ ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌ର ଚାହିଦା ବହୁତ ବଢ଼ିଯାଇଛି। କରୋନା ମହାମାରୀ ପରେ ଏକପ୍ରକାର ପ୍ରାସଙ୍ଗିକତା ହରାଇଥିବା ବିଟ୍‌କଏନ୍ ଏବେ ଦ୍ରୁତ ଗତିରେ ଦୌଡ଼ୁଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବା ପରେ ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌ର ଚାହିଦା ବହୁତ ବଢ଼ିଯାଇଛି। କରୋନା ମହାମାରୀ ପରେ ଏକପ୍ରକାର ପ୍ରାସଙ୍ଗିକତା ହରାଇଥିବା ବିଟ୍‌କଏନ୍ ଏବେ ଦ୍ରୁତ ଗତିରେ ଦୌଡ଼ୁଛି।

ରହସ୍ୟରେ ବିଟ୍‌କଏନ୍‌ ସ୍ରଷ୍ଟା ! ସତୋଶି ନାକାମୋତୋ କିଏ? ଏକାଧିକ ଦାବିଦାର, ମାନିବାକୁ କେହି ରାଜିନାହାନ୍ତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବା ପରେ ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌ର ଚାହିଦା ବହୁତ ବଢ଼ିଯାଇଛି। କରୋନା ମହାମାରୀ ପରେ ଏକପ୍ରକାର ପ୍ରାସଙ୍ଗିକତା ହରାଇଥିବା ବିଟ୍‌କଏନ୍ ଏବେ ଦ୍ରୁତ ଗତିରେ ଦୌଡ଼ୁଛି। ଅଳ୍ପ ଦିନ ଭିତରେ ଏହାର ଦାମ୍ ୮୦ ହଜାର ଡଲାରରେ ପହଞ୍ଚିଛି। କେବଳ ବିଟ୍‌କଏନ୍ ନୁହେଁ, ଅନ୍ୟ କ୍ରିପ୍ଟୋକଏନ୍ ଯଥା କାର୍ଡାନୋ ଓ ଡୋଜ୍‌କଏନ୍ ଦାମ୍ ମଧ୍ୟ ବଢ଼ିଛି। ଟ୍ରମ୍ପ୍ ନିଜ ନିର୍ବାଚନ ପ୍ରଚାର ସମୟରେ କ୍ରିପ୍ଟୋକରେନ୍ସିକୁ ସମର୍ଥନ କରିଥିଲେ। ସେ ରାଜନୈତିକ ପାଣ୍ଠିକୁ ବିଟ୍‌କଏନ୍‌ରେ ଗ୍ରହଣ କରିଥିଲେ। କ୍ରିପ୍ଟୋ ସପକ୍ଷ‌ରେ ସେ ଯୁକ୍ତି ବାଢ଼ିଥିଲେ। ନିର୍ବାଚନରେ ଟ୍ରମ୍ପ୍ ବିପୁଳ ବିଜୟ ହାସଲ କରିବା ପରେ କ୍ରିପ୍ଟୋକରେନ୍ସି କାରବାର ସହ ଜଡ଼ିତ ବଜାର ଉତ୍ସାହିତ ହୋଇପଡ଼ିଛି। ଯେହେତୁ ସେ କ୍ରିପ୍ଟୋକୁ ସମର୍ଥନ କରୁଛନ୍ତି, ତେଣୁ ଆଗାମୀ ଦିନରେ ଏହାର କାରବାର ସୁଗମ ହେବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି।

ଡିଜିଟାଲ୍ ସମ୍ପତ୍ତି ପରିଚାଳନା କରୁଥିବା କମ୍ପାନିଗୁଡ଼ିକ ନିର୍ବାଚନରେ ଟ୍ରମ୍ପ୍‌ଙ୍କ ବିଜୟ ପାଇଁ ବିପୁଳ ସମର୍ଥନ ଦେଇଥିଲେ। କ୍ରିପ୍ଟୋ ବିଲ୍‌କୁ ପାସ୍ କରିବା ଲାଗି ସହଯୋଗ କରିବା ଓ ଡିଜିଟାଲ୍ ମୁଦ୍ରା କାରବାର ସୁଗମ କରିବା ଲାଗି ଟ୍ରମ୍ପ୍ ପ୍ରତିଶ୍ରୁତି ଦେଇଥିବାରୁ ‌କ୍ରିପ୍ଟୋ କ୍ଷେତ୍ର ସହ ଜଡ଼ିତ ଅଂଶୀଦାରମାନେ ଉତ୍ସାହିତ ଅଛନ୍ତି। ୨୦୨୪ରେ ବର୍ତ୍ତମାନ ସୁଦ୍ଧା ବିଟ୍‌କଏନ୍ ଦାମ୍‌ରେ ୯୦ ପ୍ରତିଶତ ବୃଦ୍ଧି ହୋଇସାରିଲାଣି। ଆମେରିକାର ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ଗୁଡ଼ିକରେ ଏହାର ଚାହିଦା ବଢ଼ିଛି। ଏହା ଷ୍ଟକ୍ ବଜାର ଓ ସୁନାଠାରୁ ଅଧିକ ରିଟର୍ଣ୍ଣ ଦେଉଛି। ବ୍ଲକ୍‌ରକ୍ ପକ୍ଷରୁ ପରିଚାଳନା କରାଯାଉଥିବା ଆଇସେୟାର ବିଟ୍‌କଏନ୍ ଟ୍ର‌ଷ୍ଟରେ ଦୈନିକ ୧୪୦ କୋଟି ଡଲାର ନିବେଶ ହେଉଛି। 

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅମଳରେ ବିଟ୍‌କଏନ୍ ଭଳି ଡିଜିଟାଲ୍‌ ମୁଦ୍ରା ଉପରେ ଅଙ୍କୁଶ ଲଗାଯାଇଥିଲା। ଏହି କ୍ଷେତ୍ରରେ ଠକେଇର ଆଶଙ୍କା ଅଧିକ ରହିଥିବା ନେଇ ସେଠାକାର ପ୍ରତିଭୂତି ଓ ଏକ୍ସଚେଞ୍ଜ କମିସନର ମୁଖ୍ୟ  ଗେରି ଜେନ୍‌ସେଲର ବାରମ୍ବାର ଚେତାବନୀ ଦେଉଥିଲେ। ସାମ୍ ବ୍ୟାଙ୍କମ୍ୟାନ୍-ଫ୍ରାଏଡ୍‌ଙ୍କ ଦ୍ବାରା ପରିଚାଳିତ କ୍ରିପ୍ଟୋ ଏକ୍ସଚେଞ୍ଜ ୨୦୨୨ରେ ହଠାତ୍‌ ଧରାଶାୟୀ ହେବା ପରେ ଆମେରିକାରେ ଏହି ବଜାର ଉପରେ କଟକଣା ଲଗାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe