ଦେଶ ବ୍ୟାପୀ ଲକ୍‌ଡାଉନ ଥିବା ବେଳେ ବିଜେପି ବିଧାୟକଙ୍କ ପୁଅ ଜାତୀୟ ରାଜପଥରେ ଘୋଡ଼ା ସବାରୀ କରୁଛନ୍ତି

Advertisment
ଦେଶ ବ୍ୟାପୀ ଲକ୍‌ଡାଉନ ଥିବା ବେଳେ ବିଜେପି ବିଧାୟକଙ୍କ ପୁଅ ଜାତୀୟ ରାଜପଥରେ ଘୋଡ଼ା ସବାରୀ କରୁଛନ୍ତି

oneindia

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମହାମାରୀ ପାଇଁ ଦେଶରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ପାଖାପାଖି ଦୁଇମାସ ହେବ ଲକ୍‌ଡାଉନ୍‌ ଚାଲିଛି। ଏଭଳି ପରିସ୍ଥିତିରେ ସରକାର ଓ ପ୍ରଶାସନ ଏହି ଲକ୍‌ଡାଉନ୍‌କୁ ପୂର୍ଣ୍ଣ ମାତ୍ରାରେ ମାନିବା ସହିତ ସାମାଜିକ ଦୂରତା ରଖିବାକୁ ବାରମ୍ବାର ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି। ସରକାରଙ୍କ ଏଭଳି ଅନୁରୋଧ କ୍ରମେ କିଛି ଲୋକ ଏହାକୁ ବେଖାତିର କରୁଥିବା ବି ଦେଖିବାକୁ ମିଳୁଛି। ନିକଟରେ ବିଜେପି ବିଧାୟକଙ୍କ ପୁଅଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ଘୋଡ଼ା ସବାରୀ କରୁଥିବା ଦେଖିବାକୁ ମିଳିଛି।

କର୍ଣ୍ଣାଟକର ଗୁଣ୍ଡଲୁପେଟରୁ ଭାରତୀୟ ଜନତା ପାର୍ଟିର ବିଧାୟକ ନିରଞ୍ଜନ କୁମାରଙ୍କ ପୁଅ ଭୁବନକୁମାରଙ୍କ ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ଲକ୍‌ଡାଉନ୍‌ ସମୟରେ ମହୀଶୂର- ଉଟି ଜାତୀୟ ରାଜପଥରେ ଭୁବନକୁମାର ଘୋଡ଼ା ସବାରୀ କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଧାୟକଙ୍କ ପୁଅଙ୍କ ଏଭଳି କାମକୁ ତୀବ୍ର ନିନ୍ଦା କରାଯାଉଛି।

ଏହି ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଭୁବନକୁମାରଙ୍କ ଏଭଳି ଘୋଡ଼ା ସବାରୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକମାନଙ୍କୁ ସରକାର ବାରମ୍ବାର ଘରେ ରହିବାକୁ ଓ ମାସ୍କ ପିନ୍ଧିବାକୁ ଅନୁରୋଧ କରୁଥିବା ବେଳେ ବିଧାୟକଙ୍କ ପୁଅଙ୍କ ଏଭଳି କାମ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe