ଭୁବନେଶ୍ୱର: ବ୍ଲାକ୍ବେରିର ତୃତୀୟ ଷ୍ଟୋର୍ ଏସ୍ପ୍ଲାନେଡ୍ ଓ୍ଵାନ୍ ମଲ୍ରେ ଖୋଲିଛି। ଏହାକୁ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଛନ୍ତି। ପୂର୍ବରୁ ଜନପଥରେ ବ୍ଲାକ୍ବେରିର ଷ୍ଟୋର୍ ଥିଲା। ଏଠାରେ ଗ୍ରାହକମାନେ କଂପାନିର ଫର୍ମାଲ୍ ଓ ପାର୍ଟି ଓୟାର ପୋଷାକ କିଣିପାରିବେ। ଏହି ଷ୍ଟୋର୍ର ଡିଜାଇନ୍ ବହୁତ ଆକର୍ଷଣୀୟ ହୋଇଛି। ଉନ୍ନତ ଫେବ୍ରିକ୍ରେ ପ୍ରସ୍ତୁତ ବ୍ଲାକ୍ବେରି ବ୍ରାଣ୍ଡ୍ ପୋଷାକକୁ ଏହି ଷ୍ଟୋର୍ରେ କିଣିବା ବେଳେ ଗ୍ରାହକମାନେ ସ୍ୱତନ୍ତ୍ର ଅନୁଭୂତି ପାଇବେ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଦେଶର ୨୦ଟି ସହରରେ ବ୍ଲାକ୍ବେରିର ୩୧ଟି ଷ୍ଟୋର୍ ରହିଛି।
ବ୍ଲାକ୍ବେରିର ତୃତୀୟ ଷ୍ଟୋର୍ ଉଦ୍ଘାଟିତ
Advertisment
Follow Us