କଳାଧନ କାରବାର ସନ୍ଦେହ : ଗୋଟିଏ କମ୍ପାନି ନାମରେ ସର୍ବାଧିକ୨,୧୩୪ ଆକାଉଣ୍ଟ୍‌ !

୫,୮୦୦ ସନ୍ଦେହଜନକ କମ୍ପାନି ସଂପର୍କରେ ସୂଚନା ୫,୮୦୦ ସନ୍ଦେହଜନକ କମ୍ପାନି ସଂପର୍କରେ ସୂଚନା

କଳାଧନ ଲଢ଼େଇ: ଖସିଯିବ ଜବତ ବେନାମି ସମ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ପ୍ରକାଶ କରିଛନ୍ତି ଯେ ବିମୁଦ୍ରାୟନ ପରେ ୧୩ଟି ବ୍ୟାଙ୍କ୍‌ ୫,୮୦୦ ସନ୍ଦେହଜନକ କମ୍ପାନି ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏହି କମ୍ପାନିଗୁଡ଼ିକ କଳାଟଙ୍କା କାରବାର ସହ ସଂପୃକ୍ତ ବୋଲି ଅନୁମାନ କରାଯାଉଛି।

ବିମୁଦ୍ରାୟନ ପରେ ବିଭିନ୍ନ ବ୍ୟାଙ୍କରେ ୪,୫୭୪ କୋଟିରୁ ଊର୍ଧ୍ୱ ଟଙ୍କା ଜମା ହୋଇସାରିଛି। ଏହି ଟଙ୍କା ୧୩୧୪୦ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା ହୋଇଛି। ଏହାସହିତ ଏହି ଆକାଉଣ୍ଟ୍‌ଗୁଡ଼ିକରୁ ୪୫୫୨ କୋଟି ଉଠା ସରିଛି।

ସରକାର ପ୍ରକାଶ କରିଛନ୍ତି ଯେ ସନ୍ଦେହ ଘେରରେ ଥିବା କମ୍ପାନିଗୁଡ଼ିକ ସେମାନଙ୍କ ଋଣର ପ୍ରଥମ କିସ୍ତି ଦେବା ବେଳେ ବ୍ୟାଙ୍କ୍‌ ସେମାନଙ୍କ ସଂପର୍କିତ ସୂଚନା ପ୍ରଦାନ କରି ସରକାରଙ୍କୁ ଦେଇଛି। ବିମୁଦ୍ରାୟନ ପରେ ପରେ ସଂପୃକ୍ତ କମ୍ପାନିଗୁଡ଼ିକର ପରିଚାଳନା ଉପରେ କଟକଣା ଲଗାଯାଇଥିଲା।

ବ୍ୟାଙ୍କ୍‌ ଦ୍ୱାରା ଜମା କରାଯାଇଥିବା ତଥ୍ୟରୁ ଜାଣିବାକୁ ମିଳିଛି ଯେ ଏହି କମ୍ପାନିଗୁଡ଼ିକ ମଧ୍ୟରେ ଅନେକ କମ୍ପାନିଙ୍କର ୧୦୦ରୁ ଊର୍ଧ୍ୱ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ରହିଛି। ଏହି କମ୍ପାନିଗୁଡ଼ିକ ମଧ୍ୟରୁ ଗୋଟିଏ କମ୍ପାନି ନାମରେ ସର୍ବାଧିକ୨,୧୩୪ ଆକାଉଣ୍ଟ୍‌ ରହିଛି। ପୁଣି କେତେକ କମ୍ପାନି ନାମରେ ପ୍ରାୟ ୩୦୦ରୁ ୯୦୦ ଆକାଉଣ୍ଟ୍‌ ରହିଥିବା ଜାଣିବାକୁ ମିଳିିଛି।

ବ୍ୟାଙ୍କ୍‌ ପ୍ରଦାନ କରୁଥିବା ସୂଚନା ମୁତାବକ, ୨୦୧୬ ମସିହା ନଭେମ୍ବର ୮ ତାରିଖ ସୁଦ୍ଧା ଏହି କମ୍ପାନିମାନଙ୍କ ଖାତାରେ ୨୨.୦୫ କୋଟି ଟଙ୍କା ଥିଲା। ୨୦୧୬ ନଭେମ୍ବର ୯ରୁ କମ୍ପାନିଗୁଡ଼ିକ ସମୁଦାୟ ୪,୫୭୩.୮୭ ଟଙ୍କା ଆକାଉଣ୍ଟ୍‌ରେ ଜମା ହୋଇଥିବା ବେଳେ ୪,୫୫୨ କୋଟି ଉଠା ଯାଇଛି।

ଯେତେବେଳେ ସରକାର ଜାଣିବାକୁ ପାଇଲେ ଯେ କମ୍ପାନିର ରହିଥିବା ଏମିତି ଅନେକ ଆକାଉଣ୍ଟ୍‌ରେ କୋଟି କୋଟି ଟଙ୍କା ଜମା-ଉଠାଣ ହେଉଛି ସେତେବେଳେ ସେ ଆକାଉଣ୍ଟ୍‌ଗୁଡ଼ିକୁ ନିଷ୍କ୍ରୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe