ବନ୍ଦ ହେବ ଅବାଞ୍ଛିତ କଲ୍‌, ଏସ୍ଏମ୍‌ଏସ୍; ୨ ମାସ ଭିତରେ ଆସିବ ବ୍ୟବସ୍ଥା

ବନ୍ଦ ହେବ ଅବାଞ୍ଛିତ କଲ୍‌, ଏସ୍ଏମ୍‌ଏସ୍; ୨ ମାସ ଭିତରେ ଆସିବ ବ୍ୟବସ୍ଥା

ନୂଆଦିଲ୍ଲୀ: ଅଜଣା କଲ୍, ବାରମ୍ବାର ମାର୍କେଟିଂ ମେସେଜ୍ ଆଦିକୁ ନେଇ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଥିବା ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଖୁବ୍‌ଶୀଘ୍ର ଆଶ୍ବସ୍ତି ମିଳିବ। ଆଉ ସେମାନଙ୍କ ପାଖକୁ ଏଭଳି କଲ୍‌ ଓ ଏସଏମ୍ଏସ୍‌ ଆସିବନି। କେବଳ ସେହି ମେସେଜ୍ ଓ କଲ୍ ସେମାନଙ୍କ ପାଖକୁ ଆସିବ ଯେଉଁଥିପାଇଁ ଗ୍ରାହକମାନେ ଅନୁମତି ଦେବେ। ଏଥିପାଇଁ ‌ଟେଲିକମ୍ କଂପାନିଗୁଡ଼ିକ ଏକ ବ୍ୟବସ୍ଥା ବିକାଶ କରୁଛନ୍ତି। ଆସନ୍ତା ଦୁଇ ମାସ ଭିତରେ ତାହା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

ମୋବାଇଲ୍‌ ବ୍ୟବହାରକାରୀମାନଙ୍କ ପାଖକୁ ଏବେ ନିୟମିତ ବ୍ୟବଧାନରେ ବ୍ୟାଙ୍କ, ଷ୍ଟକ୍ ବ୍ରୋକର, ଭେଣ୍ଡର ଆଦିଙ୍କଠାରୁ କଲ୍ ଆସୁଛି। ଟେଲି ମାର୍କେଟିଂରେ ଲିପ୍ତ ଥିବା ସଂସ୍ଥାଗୁଡ଼ିକ ମଧ୍ୟ ବାରମ୍ବାର କଲ୍‌ କରୁଥିବା ଲୋକମାନେ ଅତିଷ୍ଠ ହୋଇପଡ଼ିଲେଣି। ଟ୍ରୁକଲର୍‌ ଆପ୍ ଇନଷ୍ଟଲ୍‌ କରିଥିବା ଗ୍ରାହକମାନେ ଅଧିକାଂଶ ଅବାଞ୍ଛିତ କଲ୍‌ ବିଷୟରେ ଜାଣିପାରି ତାହାକୁ ଉଠାଉନାହାନ୍ତି। କିନ୍ତୁ ଏସ୍‌ଏମ୍ଏସ୍‌କୁ ରୋକି ହେଉନାହିଁ। ଗ୍ରାହକମାନଙ୍କ ଏହି ସମସ୍ୟାକୁ ଦୂର କରିବା ଲାଗି ‘ଡିଜିଟାଲ୍‌ କନ୍ସେଟ୍‌ ଆକ୍ବିଜିସନ’ ବ୍ୟବସ୍ଥା ବିକାଶ କରିବା ପାଇଁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଟେଲିକମ୍ କଂପାନିଗୁଡ଼ିକୁ କହିଛନ୍ତି। କଲ୍ ଓ ଏସ୍‌ଏମ୍ଏସ୍‌ କରିବା ଲାଗି ଗ୍ରାହକଙ୍କ ପ୍ରାକ୍ ଅନୁମତି ଦେବା ପାଇଁ ଏବେ ଦେଶରେ କୌଣସି ବ୍ୟବସ୍ଥା ନାହିଁ। ନୂଆ ବ୍ୟବସ୍ଥା ଆସିବା ପରେ ଗ୍ରାହକଙ୍କୁ କଲ୍ କରିବା ପୂର୍ବରୁ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ସେମାନଙ୍କ ଅନୁମତି ନେବାକୁ ପଡ଼ିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପ୍ରଥମ ପର୍ଯ୍ୟାୟରେ ଗ୍ରାହକମାନେ ନିଜ ଆଡ଼ୁ ବିଭିନ୍ନ କଲ୍ କିମ୍ବା ଏସ୍‌ଏମ୍ଏସ୍‌ ପାଇଁ ଅନୁମତି ଦେଇପାରିବେ। ପରବର୍ତ୍ତୀ ପର୍ଯ୍ୟାୟରେ କଂପାନିଗୁଡ଼ିକ ଗ୍ରାହକଙ୍କ ପାଖରେ ପହଞ୍ଚି ସେମାନଙ୍କ ଅନୁମତି ଲୋଡ଼ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe