ନୂଆଦିଲ୍ଲୀ: ଆଧାର ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦସ୍ତାବିଜ ହୋଇସାରିଛି। ୫ ବର୍ଷରୁ କମ୍ ବୟସର ଶିଶୁଙ୍କର ବାୟୋମେଟ୍ରିକ୍ ରେକର୍ଡ ସମ୍ଭବ ହୋଇ ନ ଥାଏ। କାରଣ ବାୟୋମେଟ୍ରିକ୍ ଡିଟେଲସ୍ ଅର୍ଥାତ୍ ଫିଙ୍ଗରପ୍ରିଣ୍ଟ ଓ ଚକ୍ଷୁର ରେଟିନା ପରିପକ୍ୱ ହୋଇ ନ ଥାଏ । ଏଥିପାଇଁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ସେମାନଙ୍କ ମାତା-ପିତାଙ୍କ ଆଧାର ସହ ଲିଙ୍କ୍ ହେବ। ଏଥିପାଇଁ ମାତା-ପିତାଙ୍କୁ ଶିଶୁ ସହିତ ଆଧାର ସେଣ୍ଟର ଯିବାକୁ ପଡ଼ିବ। ଶିଶୁର ବୟସ ୫ବର୍ଷ ହେବା ପରେ ବାୟୋମେଟ୍ରିକ୍ ଡିଟେଲସକୁ ଅପଡେଟ କରିବାକୁ ପଡ଼ିବ।
/sambad/media/post_attachments/wp-content/uploads/2018/02/baalaadhaar-1519631506-1519640271-300x225.jpg)
ଏଣିକି ସ୍କୁଲରେ ନାମ ଲେଖାଇଲା ବେଳେ ଆଧାରକାର୍ଡ ଦାଖଲ କରିବାକୁ କୁହାଯାଉଛି। ତେଣୁ ୫ବର୍ଷରୁ କମ୍ ପିଲାଙ୍କ ପାଇଁ ନୂତନ ଆଧାରକାର୍ଡ ଜାରି କରାଯାଇଛି। ଯାହାର ରଙ୍ଗ ନୀଳ ରଙ୍ଗର ହେବ ଏବଂ ଏହାକୁ ବାଲ ଆଧାର କାର୍ଡ ବୋଲି କୁହାଯାଉଛି। ଏହି ସମ୍ପର୍କରେ ୟୁଆଇଡିଏଆଇ ଟୁଇଟ ଜରିଆରେ ସୂଚନା ଦେଇଛି।
ଉଲ୍ଲେଖଯୋଗ୍ୟ, ଶିଶୁର ଆଧାର ଡାଟାରେ ବାୟୋମେଟ୍ରିକ୍ ସୂଚନା ଯେଭଳି ଫିଙ୍ଗରପ୍ରିଣ୍ଟ ଓ ଆଇରିସ ସ୍କାନ୍ ସାମିଲ ହୋଇ ନ ଥାଏ। ଶିଶୁର ବୟସ ୫ବର୍ଷ ହେବା ପରେ ଆଧାର ବାୟୋମେଟ୍ରିକ୍ସ ଡାଟାକୁ ଅପଡେଟ କରିବାକୁ ପଡ଼ିଥାଏ। ଶିଶୁର ଆଧାର କାର୍ଡ ପାଇଁ ଆବେଦନ କରିବାକୁ ହେଲେ ପିତା-ମାତାଙ୍କ ମଧ୍ୟରୁ ଜଣକଙ୍କର ଆଧାର ଦେବା ଅନିବାର୍ଯ୍ୟ। ଏତଦବ୍ୟତୀତ ଶିଶୁର ଜନ୍ମ ପ୍ରମାଣ ପତ୍ର ଦେବା ବି ଆବଶ୍ୟକ। ସେହିପରି ଶିଶୁର ଆଧାର କାର୍ଡ ତିଆରି ପାଇଁ ମାତା-ପିତା ଯାହାଙ୍କର ବି ଆଧାରକାର୍ଡ ଥିବ ସେ ଶିଶୁକୁ ନେଇ ଆଧାର କେନ୍ଦ୍ର ଯିବାକୁ ପଡ଼ିବ।
Follow Us