‘ବ୍ଲୁ ଷ୍ଟାର୍‌’ ଆଣିଲା ୭୫ଟି ନୂଆ ଏସି

Advertisment
‘ବ୍ଲୁ ଷ୍ଟାର୍‌’ ଆଣିଲା ୭୫ଟି ନୂଆ ଏସି

ଭୁବନେଶ୍ବର: ଦେଶର ଅଗ୍ରଣୀ ଏୟାର କଣ୍ଡିସନର (ଏସି) ନିର୍ମାତା ବ୍ଲୁ ଷ୍ଟାର୍‌ ଲିମିଟେଡ୍ ପକ୍ଷରୁ ୭୫ତମ ବାର୍ଷିକୀ ପାଳନ ଅବସରରେ ୭୫ଟି ନୂଆ ଏସି ମଡେଲ୍‌କୁ ଉନ୍ମୋଚନ କରାଯାଇଛି। କଂପାନିର ପରିଚାଳନା ନିର୍ଦେଶକ ବି ଥିଆଗରାଜନ ଏସିଗୁଡ଼ିକୁ ଉନ୍ମୋଚନ କରିଛନ୍ତି।
ନୂତନ ଏସି ବର୍ଗମାଳାରେ ଇନଭର୍ଟର୍‌ ଏସି ରହିଛି ଯାହା ୩୦% ଅଧିକ ଶୀତଳତା ପ୍ରଦାନ କରୁଥିବା ବେଳେ ବିଦ୍ୟୁତ ଶକ୍ତି ମଧ୍ୟ ସଞ୍ଚୟ କରୁଛି। ଇନଭର୍ଟର ଏସିର ମୂଲ୍ୟ ୩୩,୭୯୦ ଟଙ୍କାରୁ ଆରମ୍ଭ ହୋଇଛି। ଏହି ଏସିଗୁଡ଼ିକ ଉପରେ ୧୦ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି। ଏହି ନୂଆ ଉତ୍ପାଦ ଜରିଆରେ କଂପାନି ଓଡ଼ିଶା ଏବଂ ସାରା ଭାରତର ଏସି ବଜାରରେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଭାରତରେ ବାର୍ଷିକ ୧୪୦ ନିୟୁତଟି ଏସି ବିକ୍ରି ହେଉଥିବା ବେଳେ ଓଡ଼ିଶାରେ ୧.୧ ଲକ୍ଷ ଏସି ବିକ୍ରି ହେଉଛି। ବଜାରରେ ବ୍ଲୁ ଷ୍ଟାରର ବଜାର ଅଂଶ ଗତ ଆର୍ଥିକ ବର୍ଷରେ ୧୨.୮% ରହିବ ବୋଲି ଆଶା କରାଯାଉଥିବା ବେଳେ ଚଳିତ ବର୍ଷ (୨୦୧୯-୨୦)ରେ ତାହା ୧୩.୫%କୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। କଂପାନି ଚଳିତ ବର୍ଷ ବିକ୍ରିରେ ୧୫-୨୦%ର ଅଭିବୃଦ୍ଧି ହାସଲ କରିବାକୁ ଆଶା ରଖିଛି।
ଶ୍ରୀ ଥିଆଗରାଜନ କହିଛନ୍ତି ଯେ, ଓଡ଼ିଶାରେ ଏସି ବଜାର ୧୦% ହାରରେ ଆଗକୁ ବଢ଼ୁଛି। ଆମର ନୂଆ ଉତ୍ପାଦକୁ ଗ୍ରାହକମାନେ ବହୁତ ପସନ୍ଦ କରିବେ ବୋଲି ଆମର ଆଶା ରହିଛି। ଏହା ଏହି ବଜାରରେ ଆମର ବଜାର ଅଂଶକୁ ଆହୁରି ବଢ଼ାଇବାରେ ସହାୟକ ହେବ।
ବ୍ଲୁ ଷ୍ଟାର୍‌ ୨୦୨୩ ସୁଦ୍ଧା ଏକ ନିୟୁତଟି ଏସି ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ସେହି ସମୟରେ ଏହାର କାରବାର ପରିମାଣକୁ ୮୦୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ଚାହୁଁଛି। କଂପାନି ଏବେ ବର୍ଷକୁ ୪ ଲକ୍ଷ ଏସି ଏହାର ୱାଡା, ଦାଦ୍‌ରା, ଅହମ୍ମଦାବାଦ ଏବଂ ହିମାଚଳ ପ୍ରଦେଶରେ ଥିବା ଦୁଇଟି କାରଖାନାରେ ନିର୍ମାଣ କରୁଛି। ଆନ୍ଧ୍ର ପ୍ରଦେଶରେ ଶ୍ରୀ ସିଟିରେ ୧୧୦ କୋଟି ଟଙ୍କା ବିନିଯୋଗରେ କଂପାନି ଏହାର ନୂତନ କାରଖାନା ସ୍ଥାପନ କରୁଛି। ୨୦୨୨ ସୁଦ୍ଧା ସେଥିରୁ ଉତ୍ପାଦନ ଆରମ୍ଭ ହେବ। ନୂତନ ଉତ୍ପାଦ ବିକାଶ ଏବଂ ଗବେଷଣା ପାଇଁ ୨୦୧୮-୧୯ରେ କଂପାନି ୪୦ କୋଟି ଟଙ୍କା ଖର୍ଚ କରିଥିଲା। ୨୦୧୯-୨୦ରେ ସେ ବାବଦରେ ୫୦ କୋଟି ଟଙ୍କା ଖର୍ଚ କରିବ। ଏହା ବ୍ରତୀତ ବିଜ୍ଞାପନ ଏବଂ ବ୍ରାଣ୍ଡ୍‌ ଯୋଗାଯୋଗ ପାଇଁ କଂପାନି ୫୫ କୋଟି ଟଙ୍କାର ବଜେଟ୍‌ ଧାର୍ଯ୍ୟ କରିଛି। ଏହି ଅବସରରେ କଂପାନିର ଉପ ମହାପ୍ରବନ୍ଧକ-ବିକ୍ରି (ରୁମ୍ ଏସି) ଦୀପକ ଗୁମାନି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe