Everything Experiential
ନୂଆଦିଲ୍ଲୀ: ବିଏମ୍ଡବ୍ଲ୍ୟୁ ଇଣ୍ଡିଆ ସିଇଓ ରୁଦ୍ରତେଜ୍ ସିଂହଙ୍କର ଆଜି ସକାଳେ ହଠାତ୍ ପରଲୋକ ହୋଇଯାଇଛି। ୪୬ ବର୍ଷୀୟ ଶ୍ରୀ ସିଂହଙ୍କର ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ୨୦୧୯ ଅଗଷ୍ଟ ୧ ତାରିଖରେ ସେ କମ୍ପାନିର ଭାରତ ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ। ବିଏମ୍ଡବ୍ଲ୍ୟୁ ଇଣ୍ଡିଆର ମୁଖ୍ୟ ଭାବେ ଅବସ୍ଥାପିତ ହେବାରେ ସେ ଥିଲେ ପ୍ରଥମ ଭାରତୀୟ। ଅଟୋମୋବାଇଲ ଏବଂ ଅନ୍ୟ ଶିଳ୍ପରେ ସେ ପ୍ରାୟ ୨୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ବିପୁଳ ଅଭିଜ୍ଞତା ହାସଲ କରିଥିଲେ। ଏହା ପୂର୍ବରୁ ସେ ରୟାଲ ଏନ୍ଫିଲ୍ଡ ଏବଂ ହିନ୍ଦୁସ୍ତାନ ୟୁନିଲିଭର ଭଳି କମ୍ପାନିରେ କାର୍ଯ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/04/1587373357_CSWrFe_20190619081749_Rudratej_Singh_BMW_1_.jpg)