ବିଏମ୍‌ଡବ୍ଲୁର ନୂଆ ଏସ୍‌ୟୁଭି ‘ଏକ୍ସ୫’

Advertisment
ବିଏମ୍‌ଡବ୍ଲୁର ନୂଆ ଏସ୍‌ୟୁଭି ‘ଏକ୍ସ୫’

ମୁମ୍ବାଇ: ବିଳାସପୂର୍ଣ୍ଣ କାର୍ ନିର୍ମାତା ବିଏମଡବ୍ଲ୍ୟୁ ଇଣ୍ଡିଆର ନୂଆ ଏସ୍‌ୟୁଭି ‘ଏକ୍ସ୫’କୁ ମହାନ କ୍ରିକେଟ ଖେଳାଳୀ ତଥା କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ସଚ୍ଚିନ ତେନ୍ଦୁଲକର ଉନ୍ମୋଚନ କରିଛନ୍ତି। ଏହାର ମୂଲ୍ୟ ୭୨.୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ତିନିଟି ଟ୍ରିମ୍‌ରେ ଏହା ଉପଲବ୍ଧ ହ‌େଉଛି। ଏଥିରେ ତିନି ଧାଡ଼ିର ସିଟ୍ ରହିଛି। ଏହାର ଉଭୟ ହେଡ୍‌ଲ୍ୟାମ୍ପ୍‌ ଓ ଟେଲ୍‌ଲ୍ୟାମ୍ପ୍‌ରେ ଏଲ୍‌ଇଡି ବ୍ୟବହାର କରାଯାଇଛି। ଏଥିରେ ୧୦ ସ୍ପୋକ୍ ଆଲଏ ହ୍ବିଲ୍ ମଧ୍ୟ ରହିଛି। ଉନ୍ମୋଚନ ଅବସରରେ କଂପାନିର ସଭାପତି ଡକ୍ଟର ହାନ୍ସ-ଖ୍ରିଷ୍ଟିଆନ୍ ବାର୍ଟେଲସ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe