ବୋଇଂ ଛଟେଇ କରିବ ୧୭ ହଜାର

Advertisment

ସଙ୍କଟ ଦେଇ ଗତି କରୁଥିବା ବିଶ୍ବସ୍ତରୀୟ ବିମାନ ନିର୍ମାତା ବୋଇଂ କର୍ମଚାରୀ ଛଟେଇ ଭଳି କଠୋର ନିଷ୍ପତ୍ତି ନେଇଛି। ଏହା ୧୭ ହଜାର କର୍ମଚାରୀଙ୍କୁ ବିଦା କରିବ ଯାହା କମ୍ପାନିର ମୋଟ କର୍ମଚାରୀ ସଂଖ୍ୟାର ପ୍ରାୟ ୧୦ ପ୍ରତିଶତ।

ସଙ୍କଟ ଦେଇ ଗତି କରୁଥିବା ବିଶ୍ବସ୍ତରୀୟ ବିମାନ ନିର୍ମାତା ବୋଇଂ କର୍ମଚାରୀ ଛଟେଇ ଭଳି କଠୋର ନିଷ୍ପତ୍ତି ନେଇଛି। ଏହା ୧୭ ହଜାର କର୍ମଚାରୀଙ୍କୁ ବିଦା କରିବ ଯାହା କମ୍ପାନିର ମୋଟ କର୍ମଚାରୀ ସଂଖ୍ୟାର ପ୍ରାୟ ୧୦ ପ୍ରତିଶତ।

ଇତିହାସ‌ରେ ପ୍ରଥମ: ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଓହ୍ଲାଇଲା ବୋଇଙ୍ଗ୍‌ ୭୮୭ ବିମାନ

ନୂଆଦିଲ୍ଲୀ: ସଙ୍କଟ ଦେଇ ଗତି କରୁଥିବା ବିଶ୍ବସ୍ତରୀୟ ବିମାନ ନିର୍ମାତା ବୋଇଂ କର୍ମଚାରୀ ଛଟେଇ ଭଳି କଠୋର ନିଷ୍ପତ୍ତି ନେଇଛି। ଏହା ୧୭ ହଜାର କର୍ମଚାରୀଙ୍କୁ ବିଦା କରିବ ଯାହା କମ୍ପାନିର ମୋଟ କର୍ମଚାରୀ ସଂଖ୍ୟାର ପ୍ରାୟ ୧୦ ପ୍ରତିଶତ। ଆର୍ଥିକ ବାସ୍ତବତାକୁ ଗ୍ରହଣ କରିବା ଏବଂ ଅଗ୍ରାଧିକାର କ୍ଷେତ୍ର ଉପରେ ଧ୍ୟାନ ଦେବା ଲାଗି କର୍ମଚାରୀ ସଂଖ୍ୟା କମ୍ କରାଯାଉଛି ବୋଲି ବୋଇଂ ପକ୍ଷରୁ କୁହାଯାଇଛି। ନୂଆ ସିଇଓ କେଲି ଓର୍ଟବର୍ଗଙ୍କ ଅଧୀନରେ ବୋଇଂ ପରିଚାଳିତ ହେଉଥିବା ବେଳେ କମ୍ପାନି ଏହାର ସବୁଠୁ ସଫଳ ମଡେଲ୍‌ ୭୩୭ ମ୍ୟାକ୍ସ ବିମାନକୁ ପୁଣି ଥରେ ଉତ୍ପାଦନ କରିବାକୁ ସଜବାଜ ହେଉଛି।

କମ୍ପାନିର ଆମେରିକାରେ ଥିବା କାରଖାନାର ୩୩ ହଜାର କର୍ମଚାରୀ ଧର୍ମଘଟ କରିବାରୁ ବିମାନ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ଯଦିଓ ୭୩୭ ମ୍ୟାକ୍ସ କମ୍ପାନିର ପ୍ରମୁଖ ବିମାନ, କିନ୍ତୁ ଏହାକୁ ନେଇ ନିୟମିତ ବ୍ୟବଧାନରେ ଘଟୁଥିବା ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି। ଦୁର୍ଘଟଣା ସଂଖ୍ୟା ବଢ଼ିବା ପରେ ନିୟାମକ କର୍ତ୍ତୃପକ୍ଷ ତଦନ୍ତ କରିଥିଲେ। କମ୍ପାନିର ପୂର୍ବତନ ସିଇଓଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe