ନୂଆଦିଲ୍ଲୀ: ଏକ ସରକାରୀ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କାର ଜାଲିଆତି କରିଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜୀବନ କାହାଣୀକୁ ନେଇ ଖୁବ୍ଶୀଘ୍ର ଏକ ପୁସ୍ତକ ପ୍ରକାଶ ପାଇବ। ଏହାର ନାମ ରଖାଯାଇଛି ‘ଫ୍ଲଅଡ୍: ଦ ରାଇଜ୍ ଆଣ୍ଡ୍ ଫଲ୍ ଅଫ୍ ଇଣ୍ଡିଆ’ସ୍ ଡାଇମଣ୍ଡ ମୋଗଲ ନିରବ ମୋଦୀ’। ସାମ୍ବାଦିକ-ଲେଖକ ପୱନ ସି ଲାଲ ଏହାକୁ ରଚନା କରିଛନ୍ତି। ଚଳିତ ମାସ ୩୧ରେ ଏହା ଉନ୍ମୋଚିତ ହେବ। ପ୍ରକାଶନୀ ସଂସ୍ଥା ହାଚେଟି ଦ୍ବାରା ଏହି ପୁସ୍ତକ ପ୍ରକାଶିତ ହେବ।
Image Courtesy: telegraphindia.comଏଥିରେ ନିରବଙ୍କ ପିଲାଦିନ, ବ୍ୟବସାୟରେ ସଫଳତା, ମାମୁ ମେହୁଲ ଚୋକସିଙ୍କ ସହ ସମ୍ପର୍କ ଏବଂ ତାଙ୍କ ଜୀବନର ସବୁଠୁ ବଡ଼ ଦୁଃସ୍ବପ୍ନ ବିଷୟରେ ଲେଖା ରହିଛି। ବେଲଜିୟମ୍ରୁ ଭାରତ ଆସିଥିବା ନିରବଙ୍କ କାରବାର କେବଳ ଭାରତର ମେଟ୍ରୋ ସହର ନୁହେଁ, ଲଣ୍ଡନ, ନ୍ୟୁୟର୍କ ଓ ହଂକଂ ଭଳି ସ୍ଥାନରେ ଥିଲା। କେଟ୍ ୱିନସଲେଟ୍, ରୋଜି ହଣ୍ଟିଙ୍ଗଟନ-ହ୍ବାଇଟଲି, ନାଓମି ୱାଟସ୍ ଏବଂ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭଳି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ତାଙ୍କ ଦ୍ବାରା ଡିଜାଇନ କରାଯାଉଥିବା ଗହଣା ପରିଧାନ କରୁଥିଲେ। ନିଜ ମାମୁ ମେହୁଲ ଚୋକସିଙ୍କ ଠାରୁ ସେ ବ୍ୟବସାୟ କଳା ଶିଖିଥିଲେ ବୋଲି କୁହାଯାଏ।
Follow Us