ହୋଣ୍ଡାର ଏସବୁ ଇମ୍ପୋର୍ଟେଡ ବାଇକ ପାଇଁ ଭାରତରେ ବୁକିଂ ଆରମ୍ଭ

Advertisment
ହୋଣ୍ଡାର ଏସବୁ ଇମ୍ପୋର୍ଟେଡ ବାଇକ ପାଇଁ ଭାରତରେ ବୁକିଂ ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଇମ୍ପୋର୍ଟେଡ କଂପ୍ଲିଟ୍‌ ବିଲ୍ଡ ୟୁନିଟ(ସିବିୟୁ) ବାଇକ ଗୁଡ଼ିକର ବୁକିଂ ଆରମ୍ଭ ହୋଇଛି। ବିଶ୍ୱର ଏହି ଚର୍ଚିତ ବାଇକ ଗୁଡ଼ିକ ପାଇଁ ଗ୍ରାହକମାନେ ମୁମ୍ବାଇ ଓ ଦିଲ୍ଲୀରେ ଥିବା ୱିଙ୍ଗ ୱାର୍ଲଡ୍‌ ଆଉଟଲେଟରେ ବୁକିଙ୍ଗ କରିପାରିବେ ଆଜିଠାରୁ ବୁକିଙ୍ଗ ଆରମ୍ଭ ହୋଇଛି। ୨୦୧୯ ସିବିୟୁ ଭାବେ ଭାରତ ଆସୁଥିବା ବାଇକ ଗୁଡ଼ିକ ହେଉଛି ନୂଆ ସିବିଆର ୧୦୦୦ଆର୍‌+, ଗୋଲ୍ଡୱିଙ୍ଗ୍‌ ଟୁର୍‌ ଡିସିଟି, ସିବିଆର୧୦୦୦ ଆରଆର ଫାୟାରବ୍ଲେଡ୍‌ ଓ ସିବିଆର୧୦୦୦ ଆରଆର ଫାୟାରବ୍ଲେଡ୍‌ ଏସ୍‌ପି ।

publive-image

ହୋଣ୍ଡାର ମୁମ୍ବାଇ ଓ ଦିଲ୍ଲୀରେ ଥିବା ୱିଙ୍ଗ ୱାର୍ଲଡ୍‌ ଆଉଟଲେଟରେ ଏହି ବାଇକ ଗୁଡ଼ିକର ବୁକିଙ୍ଗ କରାଯାଇପାରିବ। ଅଧିକ ବିବରଣୀ ପାଇଁ ଗ୍ରାହକମାନେ କଂପାନିର ୱେବସାଇଟ୍‌ ପରିଦର୍ଶନ କରପାରିବେ । ବାଇକରେ ଉଭୟ ପ୍ରଦର୍ଶନ ଓ ଷ୍ଟାଇଲ୍‌ ଖୋଜୁ ଥିବା ଗ୍ରାହକମାନଙ୍କ ପାଇଁ ନିଓ ସ୍ପୋର୍ଟ କେଫ୍‌ ଭାଷାରେ ହୋଣ୍ଡା ସିବ ୧୦୦୦ ଆର୍‌+କୁ ପ୍ରସ୍ତୁତ କରାଯାଇଛି। ଏହାର ସାମ୍ନାରେ ଥିବା ଏଲଇଡି ଷ୍ଟାଇଲ ବହୁଗୁଣିତ କରୁଛି। ଏଥିରେ ଚାରି ସିଲିଣ୍ଡର ବିଶିଷ୍ଟ ଇଂଜିନ ରହିଛି। ଏହାର ଏକ୍ସ ସୋରୁମ୍‌ ମୂଲ୍ୟ ୧୪.୪୬ ଲକ୍ଷ ଟଙ୍କା ରହିଛିୟ ସେହିପରି ହୋଣ୍ଡା ଗୋଲ୍ଡୱିଙ୍ଗ ଟୁର୍‌ ଡିସିଟିର ମୂଲ୍ୟ ୨୭.୭୯ ଲକ୍ଷ ଟଙ୍କା ରହିଛି। ହୋଣ୍ଡା ସିବିଆର୧୦୦୦ ଆରଆର ଫାୟାରବ୍ଲେଡ୍‌ ଓ ସିବିଆର ୧୦୦୦ ଆରଆର ଫାୟାରବ୍ଲେଡ୍‌ ଏସପିର ମୂଲ୍ୟ ଯଥାକ୍ରମେ ୧୬.୪୩ଲକ୍ଷ ଟଙ୍କା ଓ ୧୯.୨୮ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe