The Financial Express
ନୂଆଦିଲ୍ଲୀ : ଅର୍ଥନୀତିରେ ସୁଧାର ଆଣିବା ଓ ବିଭିନ୍ନ ସାମଗ୍ରୀର ଚାହିଦା ବଢ଼ାଇବା ଲାଗି ଅଧିକ ପରିମାଣର ଋଣ କରିବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଫ୍ଆର୍ବିଏମ୍ ନିୟମକୁ କୋହଳ କରିବା, ପୁଞ୍ଜିପ୍ରତ୍ୟାହାର ଓ ବିଶ୍ବସ୍ତରୀୟ ବ୍ୟାଙ୍କଗୁଡ଼ିକ ଠାରୁ ଋଣ ଆଣିବା ଲାଗି ସେ ସରକାରଙ୍କୁ କହିଛନ୍ତି। ଅଧା ଗରିବ ପରିବାରଙ୍କୁ ସିଧାସଳଖ ଟଙ୍କା ଦେବା, ମାଗଣାରେ ଖାଦ୍ୟଶସ୍ୟ ବଣ୍ଟନ କରିବା, ଭିତ୍ତିଭୂମିରେ ନିବେଶ ବଢ଼ାଇବା ଏବଂ ରାଜ୍ୟଗୁଡ଼ିକୁ ଜିଏସ୍ଟି କ୍ଷତିପୂରଣ ରାଶି ଦେବା ଲାଗି ମଧ୍ୟ ସେ ସରକାରଙ୍କୁ କହିଛନ୍ତି।
ଜିଏସ୍ଟି ହେଉଛି ଗବର ସିଂହ ଟିକସ: ରାହୁଲ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅର୍ଥନୀତି ପରିଚାଳନାକୁ ପ୍ରାୟ ପ୍ରତିଦିନ ସମାଲୋଚନା କରୁଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଜିଏସ୍ଟିକୁ ଗବର ସିଂହ ଟିକସ ବୋଲି କହିଛନ୍ତି। ସେ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନ ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଘଟିଥିବା ୨୩.୯ ପ୍ରତିଶତ ହ୍ରାସ ହେବାର ମୁଖ୍ୟ କାରଣ ହେଉଛି ଜିଏସ୍ଟି। ଏହା ଦ୍ବାରା ଲକ୍ଷ ଲକ୍ଷ ଗରିବ ପରିବାର ପ୍ରଭାବିତ ହୋଇଛନ୍ତି। କୋଟି କୋଟି ଲୋକ ଚାକିରି ହରାଇଛନ୍ତି। ରାଜ୍ୟଗୁଡ଼ିକର ଅର୍ଥନୀତି ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।
Follow Us