ଇନ୍ଦ୍ରା ନୁୟୀଙ୍କୁ ନିଜ ଦେଶର ଦାବି କରିଥିଲେ ଉଭୟ ଓବାମା, ମନମୋହନ

Advertisment
ଇନ୍ଦ୍ରା ନୁୟୀଙ୍କୁ ନିଜ ଦେଶର ଦାବି କରିଥିଲେ ଉଭୟ ଓବାମା, ମନମୋହନ

TOI

ନୂଆଦିଲ୍ଲୀ: ବିଶ୍ବ କର୍ପୋ‌ରେଟ ଜଗତର ସବୁଠୁ ଚର୍ଚ୍ଚିତ ମହିଳା ସିଇଓ ହେଉଛନ୍ତି ପେପ୍‌ସି‌ର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀ। ଚେନ୍ନାଇରେ ଜନ୍ମ ଗ୍ରହଣ କରି ନୁୟୀ ପେପ୍‌ସି ଜରିଆରେ ସାରା ବିଶ୍ବରେ ପ୍ରସିଦ୍ଧି ହାସଲ କରିଥିଲେ। ବିଚକ୍ଷଣ ବ୍ୟବସାୟ ପରିଚାଳନା ଲାଗି ଆମେରିକାରେ ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ୨୦୦୯ରେ ଏକ ବୈଠକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଉଭୟ ନୁୟୀଙ୍କୁ ନିଜ ଦେଶର ବୋଲି ଦାବି କରିଥିଲେ। ନିଜ ନୂଆ ସ୍ମୃତିଲେଖରେ ନୁୟୀ ଏହି ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ଜଣାଇଛନ୍ତି ଯେ ୨୦୦୯ ନଭେମ୍ବରର ଏକ ମଙ୍ଗଳବାର। ସେଦିନ ପ୍ରବଳ କୁହୁଡ଼ି ହୋଇଥିଲା। ଆମେରିକା ଓ ଭାରତର କିଛି ଶ୍ରେଷ୍ଠ ବ୍ୟବସାୟ ପ୍ରତିନିଧିଙ୍କ ସହ ବହୁ ସମୟର ବୈଠକ ହୋଇଥିଲା।

ଏହା ପରେ ମୁଁ ଥିବା କୋଠରିରେ ଉଭୟ ମନମୋହନ ଓ ଓବାମା ପ୍ରବେଶ କରିଥିଲେ। ରାଷ୍ଟ୍ରପତି ଓବାମା ଆମେରିକୀୟ ବ୍ୟବସାୟୀ ପ୍ରତିନିଧିଙ୍କୁ ଭାରତୀୟ ପ୍ରତିନିଧିଙ୍କ ସହ ପରିଚିତ କରାଇଥିଲେ। ଯେତେବେଳେ ନୁୟୀଙ୍କ ବିଷୟରେ ଓବାମା ପରିଚୟ ଦେଲେ ତାଙ୍କୁ ପେପ୍‌ସିକୋର ସିଇଓ ବୋଲି କହିଥିଲେ। ସେହି ସମୟରେ ମନମୋହନ କହିଥିଲେ ଯେ ସେ ତ ଆମମାନଙ୍କ ମଧ୍ୟରୁ ଜଣେ। ଏହା ପରେ ହସି ହସି ଓବାମା କହିଥିଲେ ଯେ ଆଚ୍ଛା! କିନ୍ତୁ ସେ ତ ଆମମାନଙ୍କ ମଧ୍ୟରୁ ଜଣେ। ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ସେହି ବାର୍ତ୍ତାଳପ ମୋତେ ରୋମାଂଚିତ କରିଥିଲା। ସେହି ମୁହୂର୍ତ୍ତର ସ୍ମୃତିକୁ ମୁଁ କେବେ ଭୁଲି ପାରିବିନି ବୋଲି ନୁୟୀ ତାଙ୍କ ୩୦୦ ପୃଷ୍ଠାର ସ୍ମୃତିଲେଖରେ ଲେଖିଛନ୍ତି। ଏହି ସ୍ମୃତିଲେଖରେ ସେ ନିଜ ପିଲାଦିନ ଠାରୁ ଆରମ୍ଭ କରି ପେପ୍‌ସିର ସିଇଓ ହେବା ପର୍ଯ୍ୟନ୍ତ ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରିଛନ୍ତି।

ମାଡ୍ରାସ (‌ଚେନ୍ନାଇ)ରେ ଜନ୍ମଗ୍ରହଣ କରିବା ସହ ବଢ଼ିଥିବା ନୁୟୀ କହିଛନ୍ତି ଯେ ମୁଁ ସଂସ୍କୃତି ସହିତ ବେଶ ଜଡ଼ିତ ହୋଇରହିଛି। ୨୨ ବର୍ଷ ବୟସରେ ସେ ପାଠପଢ଼ିବା ଲାଗି ଆମେରିକା ଯାଇଥିଲେ ଏବଂ ସେଠାରେ କାମ କରିଥିଲେ। ଏହି ଅବିଶ୍ବସନୀୟ ଯାତ୍ରାରେ ସେ ପେପ୍‌ସି ଭଳି ବିଶ୍ବସ୍ତରୀୟ କଂପାନିର ନେତୃତ୍ବ ନେବାର ସୁଯୋଗ ପାଇଥିଲେ। ଏହା କେବଳ ଆମେରିକାରେ ସମ୍ଭବ ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe