ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

Advertisment

ବ୍ୟବସ‌ାୟକୁ ଭଲ ପାଇଲେ ସଫଳତା ମିଳିବ

ବ୍ୟବସ‌ାୟକୁ ଭଲ ପାଇଲେ ସଫଳତା ମିଳିବ

ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ପ୍ରଶ୍ନ: ଦେଶ ଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଉତ୍ପାଦ ବଜାର କିଭଳି ରହିଛି?
ଦେଶର ସାମୁଦ୍ରିକ ଖାଦ୍ୟ ଉତ୍ପାଦର ରପ୍ତାନି ବଜାର ୭ ବିଲିଅନ ଡଲାରରେ ପହଞ୍ଚିଥିବାବେଳେ ଓଡ଼ିଶାର ବଜାର ୩୦୦୦ କୋଟି ଟଙ୍କାରେ ରହିଛି। ୫ ବର୍ଷ ମଧ୍ୟରେ ଓଡ଼ିଶାର ବାର୍ଷିକ ସାମୁଦ୍ରିକ ଖାଦ୍ୟ ଉତ୍ପାଦ ରପ୍ତାନି ବଜାର ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବା ଲାଗି ସରକାର ନୀତି ପ୍ରସ୍ତୁତ କରିଛନ୍ତି। ତେବେ ଏଥିପାଇଁ ଜମି, ଭିତ୍ତିଭୂମି ଆଦିର ବିକାଶ ଠିକ ଭାବରେ କରାଯିବାର ଆବଶ୍ୟକତା ରହିଛି।
ପ୍ରଶ୍ନ: ସଫଳ ଉଦ୍ୟୋଗୀ ହେବା ପାଇଁ କେଉଁ ସବୁ ଗୁଣ ଆବଶ୍ୟକ?
ସଫଳ ଉଦ୍ୟୋଗୀ ହେବାକୁ ହେଲେ ଜଣକ ନିକଟରେ ସାଧୁତା, ନୈତିକତା ଏବଂ କଠିନ ପରିଶ୍ରମ କରିବା ଆଦି ଗୁଣ ରହିବା ନିହାତି ଆବଶ୍ୟକ। ଏଥିସହିତ ଉଦ୍ୟୋଗୀ ନିଜେ ଯେଉଁ ବ୍ୟବସାୟ କରୁଛନ୍ତି ସେ ନିଜେ ତାକୁ ଭଲପାଇବା ଆବଶ୍ୟକ। ନିଜେ କରୁଥିବା ବ୍ୟବସାୟକୁ ଭଲ ନପାଇଲେ ସଫଳତା ମିଳିପାରିବ ନାହିଁ।
ପ୍ରଶ୍ନ: ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ ରହିଛି?
ଫାଲକନ୍ ଗ୍ରୁପକୁ ୧ ବିଲିଅନ ଡଲାର କମ୍ପାନିରେ ପରିଣତ କରିବା ଲକ୍ଷ୍ୟ ରଖିଛି। ଏଥିପାଇଁ ବ୍ୟବସାୟରେ ସମନ୍ବୟ ଅଣାଯିବ। ସାମୁଦ୍ରିକ ଖାଦ୍ୟ ଉତ୍ପାଦ ସମେତ ଇସ୍ପାତ ଓ ରିଅଲ ଇଷ୍ଟେଟ କ୍ଷେତ୍ରରେ ମଧ୍ୟ ଅନେକ ଯୋଜନା ରହିଛି। ସପ୍ତାହକ ମଧ୍ୟରେ ଆମେରିକାରେ ସାମୁଦ୍ରିକ ଖାଦ୍ୟ ବ୍ୟବସାୟର କାର୍ଯ୍ୟାଳୟ ଖୋଲିବୁ। ବିଭିନ୍ନ ଦେଶରୁ ସେଠାକୁ ସାମୁଦ୍ରିକ ଖାଦ୍ୟ ଆମଦାନି କରାଯାଇ ବିକ୍ରି କରାଯିବା ଯୋଜନା ରହିଛି।
ପ୍ରଶ୍ନ: ଓଡ଼ିଶାରେ ପ୍ରଚୁର ସମ୍ଭାବନା ଥିବା କେଉଁ ସବୁ କ୍ଷେତ୍ରକୁ ଏପର୍ଯ୍ୟନ୍ତ ଉପଯୋଗ କରାଯାଇ ପାରିନାହିଁ ?
ଓଡ଼ିଶାରେ ଇସ୍ପାତ ଓ ଆଲୁମିନିୟମ ଭିତ୍ତିକ ଆନୁଷଙ୍ଗିକ ଶିଳ୍ପରେ ପ୍ରଚୁର ସୁଯୋଗ ରହିଛି। ଏତଦବ୍ୟତୀତ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ରହିଛି।
ପ୍ରଶ୍ନ: ଉଦ୍ୟୋଗୀ ହେବାକୁ ଆଗ୍ରହୀ ଯୁବବର୍ଗଙ୍କୁ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ପ୍ରତିଭାବାନ ଓଡ଼ିଆ ଯୁବକଯୁବତୀମାନେ ଚାକିରି କରିବା ପରିବର୍ତ୍ତେ ବ୍ୟବସାୟକୁ ଆସିବା ଦରକାର। ଦୂରଦୃଷ୍ଟି ଓ ବିଶ୍ଳେଷଣାତ୍ମକ ଜ୍ଞାନକୁ ଉପଯୋଗ କରି ସେମାନେ ଆଗକୁ ବଢ଼ିପାରିବେ। ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ। ‌ଏହାହେଲେ ରାଜ୍ୟର ବିକାଶ ହୋଇପାରିବ। ଶିଳ୍ପ ଓ ବାଣିଜ୍ୟର ବିକାଶ ନହେଲେ ରାଜ୍ୟର ବିକାଶ ସମ୍ଭବ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe