‘ଡଲାରକୁ ବଦଳାଇବା ଉଦ୍ୟମ କଲେ ବ୍ରିକ୍ସ ଉପରେ ୧୦୦% ଶୁଳ୍କ ଲାଗିବ’

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତ ସମେତ ବ୍ରିକ୍ସର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଧମକ ଦେଇଛନ୍ତି। ବ୍ରିକ୍ସ ଯଦି ଆମେରିକାର ମୁଦ୍ରା ଡଲାରକୁ ବ୍ୟବହାର ନକରି ବ୍ରିକ୍ସ ମୁଦ୍ରାର ଯୋଜନା...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତ ସମେତ ବ୍ରିକ୍ସର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଧମକ ଦେଇଛନ୍ତି। ବ୍ରିକ୍ସ ଯଦି ଆମେରିକାର ମୁଦ୍ରା ଡଲାରକୁ ବ୍ୟବହାର ନକରି ବ୍ରିକ୍ସ ମୁଦ୍ରାର ଯୋଜନା...

trump

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତ ସମେତ ବ୍ରିକ୍ସର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଧମକ ଦେଇଛନ୍ତି। ବ୍ରିକ୍ସ ଯଦି ଆମେରିକାର ମୁଦ୍ରା ଡଲାରକୁ ବ୍ୟବହାର ନକରି ବ୍ରିକ୍ସ ମୁଦ୍ରାର ଯୋଜନା କରେ ତାହେଲେ ଏଭଳି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଭାଷଣରେ କହିଛନ୍ତି ଯେ ଡଲାର ଠାରୁ ଦୂରେଇ ଯିବାକୁ ଯେକୌଣସି ପ୍ରକାର ପ୍ରଚେଷ୍ଟାକୁ ସହ୍ୟ କରାଯିବ ନାହିଁ। ଯଦି ବ୍ରିକ୍ସ ଦେଶ ଏହା କରନ୍ତି ତାହେଲେ ସେମାନେ ଆମେରିକା ସହିତ କରୁଥିବା ବାଣିଜ୍ୟ ଉପରେ ଆମେ ଅତିକମ୍‌ରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବୁ। କେବଳ ସେତିକି ନୁହେଁ ବିଶ୍ବ ବାଣିଜ୍ୟରେ ଡଲାରର ଭୂମିକାକୁ ଗୌଣ କରିବା ପାଇଁ ବିଚାର କରାଗଲେ ଅନ୍ୟ ଦେଶଗୁଡ଼ିକ ଉପରେ ବଡ଼ଧରଣର ଶୁଳ୍କ ଲାଗୁ କରାଯିବ। 
ବ୍ରିକ୍ସରେ ବର୍ତ୍ତମାନ ଭାରତ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ ଭଳି ୧୦ଟି ଦେଶ ରହିଛନ୍ତି।

ବ୍ରିକ୍ସ ମୁଦ୍ରା ଯୋଜନା ନାହିଁ: ଜୟଶଙ୍କର

ବିଦେଶୀ ସହାୟତା ପ୍ରଦାନ ୯୦ ଦିନ ସ୍ଥଗିତ ରଖିଲେ ଟ୍ରମ୍ପ

ୱାସିଂଟନ: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ତାଙ୍କ ଦେଶ ପକ୍ଷରୁ ବିଭିନ୍ନ ଦେଶକୁ ବିଦେଶୀ ସହାୟତା କାର୍ଯ୍ୟକ୍ରମ ଅଧୀନରେ ପ୍ରଦାନ କରାଯାଉଥିବା ଅର୍ଥରାଶି ପ୍ରଦାନକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ତାଙ୍କ ପ୍ରଶାସନର ନୀତି ଓ ଲକ୍ଷ୍ୟକୁ ଏସବୁ ସହାୟତା ସମର୍ଥନ କରୁଛି କି ନାହିଁ ତାହାକୁ ସମୀକ୍ଷା କରାଯିବା ପରେ ଏ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ତେବେ ଏହି ନିର୍ଦ୍ଦେଶ ଦ୍ବାରା କେତେ ପରିମାଣର ବିଦେଶୀ ସହାୟତା ପ୍ରଭାବିତ ହେବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe