ପୁଣି ସୁଧ ବଢ଼ାଇଲା ବ୍ରିଟେନ୍‌

Advertisment
ଜିପିଏଫ୍‌ ସୁଧ ହାର ୭.୧%ରେ ଅପରିବର୍ତ୍ତିତ

Investopedia

ଲଣ୍ଡନ: ଦେଶର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଆଜି ପୁଣି ସୁଧ ହାର ବୃଦ୍ଧି କରିଛି। ମୂଳ ସୁଧ ହାରକୁ ବ୍ୟାଙ୍କ ୦.୫୦% ବୃଦ୍ଧି କରିଛି। ଫଳରେ ଏହା ୫ ପ୍ରତିଶତରେ ପହଞ୍ଚିଛି। ମୁଦ୍ରସ୍ଫୀତି ଉଚ୍ଚସ୍ତରରେ ଥିବାରୁ ଏହାକୁ ମିଶାଇ କ୍ରମାଗତ ଭାବେ ୧୩ ଥର ପାଇଁ ବ୍ୟାଙ୍କ ସୁଧ ହାର ବଢ଼ାଇଲାଣି। ମୁଦ୍ରା ନୀତି କମିଟିର ୯ ଜଣ ସଦସ୍ୟଙ୍କ ମଧ୍ୟରୁ ୭ ଜଣ ୦.୫୦%ସୁଧ ବୃଦ୍ଧି ସପକ୍ଷରେ ମତ ଦେଇଥିବାବେଳେ ଦୁଇ ଜଣ ସଦସ୍ୟ ଏହାକୁ ବିରୋଧ କରିଥିଲେ। ସୁଧ ହାର ୦.୨୫ % ବଢ଼ିପାରେ ‌ବୋଲି ଅଧିକାଂଶ ବିଶେଷଜ୍ଞ ଅନୁମାନ କରିଥିବାବେଳେ ବ୍ୟାଙ୍କ ୦.୫୦% ବୃଦ୍ଧି କରିଥିବାରୁ ଏହା ଅନେକଙ୍କୁ ଚକିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe