ବର୍ଷକ ଭିତରେ ବିଏସ୍‌ଏନ୍‌ଏଲ୍‌ ୪ଜି: ଅପହଞ୍ଚ ଗାଁରେ ୪ଜି ପାଇଁ ୨୬,୩୧୬ କୋଟି

Advertisment
ବିକ୍ରି ହେବ ବିଏସ୍‌ଏନ୍‌ଏଲ୍‌ ସମ୍ପତ୍ତି: ୧୦ କୋଟିରୁ କମ୍ ମୂଲ୍ୟର ସମ୍ପତ୍ତି

gizbot.com

ଭୁବନେଶ୍ବର: ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ବର୍ଷକ ଭିତରେ ଅପହଞ୍ଚ ଇଲାକା ସମେତ ଗ୍ରାମାଞ୍ଚଳରେ ୪ଜି ମୋବାଇଲ୍ ସେବା ଆରମ୍ଭ କରାଯିବ। ଆତ୍ମନିର୍ଭର ଭାରତ ସ୍କିମ୍ ଅଧୀନରେ ଟିସିଏସ୍ ପକ୍ଷରୁ ବିକଶିତ କରାଯାଇଥିବା ବ୍ୟବସ୍ଥାକୁ ବ୍ୟବହାର କରି ୪ଜି ସେବା ପ୍ରଦାନ କରାଯିବ। ସେହିପରି, ଓଡ଼ିଶାର ଅଧିକରୁ ଅଧିକ ଗ୍ରାମରେ ପହଞ୍ଚିବା ଲାଗି କଂପାନି ପକ୍ଷରୁ ୧୨,୦୦୦ କିମି ଅପ୍ଟିକାଲ୍ ଫାଇବର୍ ବିଛାଯିବ। ବର୍ତ୍ତମାନ ସୁଦ୍ଧା କଂପାନି ୧୭୦୦୦ କିଲୋମିଟର ଅପ୍ଟିକାଲ୍ ଫାଇବର କେବୁଲ ବିଛାଇ ସାରିଛି ବୋଲି ବିଏସ୍‌ଏନ୍ଏଲ୍‌ ଓଡ଼ିଶାର ସିଜିଏମ୍‌ ଆର୍‌ ଏନ୍ ପଲାଇ କହିଛନ୍ତି। ଓଡ଼ିଶାରେ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରେ ବିଏସ୍‌ଏନ୍‌ଏଲ୍‌ର ୨୦ ପ୍ରତିଶତ ବଜାର ଅଂଶ ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଆଜି ମଞ୍ଜୁର କରିଥିବା ୧.୬୪ ଲକ୍ଷ କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜ୍‌ ବିଏସ୍‌ଏନ୍‌ଏଲ୍‌କୁ ଏହାର ନେଟ୍‌ୱର୍କକୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଢ଼ାଇବ‌ାରେ ସହାୟକ ହେବ। ଘରୋଇ କଂପାନିଗୁଡ଼ିକ ସହ ଏହା ପ୍ରତିନ୍ଦ୍ବନ୍ଦ୍ବୀତା କରିପାରିବ। ପାଣ୍ଠି ଅଭାବ ଯୋଗୁଁ କଂପାନି ଏହାର ନେଟ୍‌ୱର୍କ ସମ୍ପ୍ରସାରଣ କରିପାରୁନଥିଲା। ନୂଆ ପାଣ୍ଠି ଦ୍ବାରା କଂପାନି ଏହାର ଅପ୍ଟିକାଲ୍ ଫାଇବର୍ ଓ ମୋବାଇଲ୍‌ ନେଟ୍‌ୱର୍କକୁ ଅଧିକ ଗ୍ରାମ ଓ ସହରରେ ପହଞ୍ଚାଇପାରିବ। ଏହା ଦ୍ବାରା ଲୋକମ‌ାନେ ଉନ୍ନତ ସେବା ପାଇପାରିବେ ଓ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ: ଦେଶର ଅପହଞ୍ଚ ଅଞ୍ଚଳରେ ୪ଜି ମୋବାଇଲ୍ ସେବା ପହଞ୍ଚାଇବା ଲାଗି ପ୍ରସ୍ତୁତ କରାଯାଇଥିବା ୨୩,୩୧୭ କୋଟି ଟଙ୍କାର ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ଗତ ବର୍ଷ ସରକାର ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଥିବା ୭,୨୮୭ଟି ଅପହଞ୍ଚ ଇଲାକାରେ ୪ଜି ମୋବାଇଲ ସେବା ପହଞ୍ଚାଇବା ଲାଗି ଗତବର୍ଷ ସରକାର ଏହି ‌ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନାରେ ଦେଶର ଉପାନ୍ତ ଏବଂ ଅପହଞ୍ଚ ଇଲାକାରେ ଥିବା ୨୪ ହଜାର ୬୮୦ଟି ଗାଁକୁ ୪ଜି ମୋବାଇଲ ସେବା ଯୋଗାଇ ଦିଆଯିବ। ଥଇଥାନ, ନୂଆ ବସତି ସ୍ଥାପନ, ବର୍ତ୍ତମାନର ପରିଚାଳକମାନଙ୍କ ଦ୍ବାରା ସେବା ପ୍ରତ୍ୟାହାର ଆଦି କାରଣ ପାଇଁ ୨୦% ଅତିରିକ୍ତ ଗାଁକୁ ଏହି ପ୍ରକଳ୍ପ ଅଧୀନରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ କେବଳ ୨ଜି/୩ଜି ମୋବାଇଲ୍ ‌ସେବା ରହିଥିବା ୬,୨୭୯ଟି ଗାଁରେ ମୋବାଇଲ ସେବାକୁ ୪ଜିକୁ ଉନ୍ନତୀକରଣ କରାଯିବ। ବିଏସ୍‌ଏନ୍‌ଏଲ୍‌ ଦ୍ବାରା ଆତ୍ମନିର୍ଭର ଭାରତ ୪ଜି ପ୍ରଯୁକ୍ତି ବ୍ୟବସ୍ଥାକୁ ଉପଯୋଗ କରାଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe