ବିଏସ୍‌ଏନ୍‌ଏଲ୍‌ର ଅଫର: ଏହି ପ୍ଲାନ୍‌ରେ ଏବେ ଗ୍ରାହକଙ୍କୁ ୨ଜିବି ସ୍ଥାନରେ ୩ଜିବି ଡାଟା ମିଳିବ

Advertisment
୪ଜି ଟେଣ୍ଡର ବାତିଲ କଲା ବିଏସ୍‌ଏନ୍ଏଲ୍‌!

ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ନିଜର ୬୬୬ଟଙ୍କାର ପ୍ଲାନ୍‌ରେ ପରିବର୍ତ୍ତନ କରିଛି। ଏହି ପ୍ଲାନ୍‌ର ନାମ ବିଏସ୍‌ଏନ୍‌ଏଲ୍‌ ସିକସର ପ୍ଲାନ୍‌ ରଖାଯାଇଛି। ପ୍ରଥମେ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨ଜିବି ଡାଟା ପ୍ରତିଦିନ ମିଳୁଥିଲା, ଯାହାକୁ କମ୍ପାନି ଏବେ ବୃଦ୍ଧି କରିଛି।

ନିଜର ଅତିରିକ୍ତ ଡାଟା ଆଧାରରେ ବିଏସ୍‌ଏନ୍‌ଏଲ୍‌ ଘୋଷଣା କରିଛି କି, ଡିସେମ୍ବର ୩୧ ପର୍ଯ୍ୟନ୍ତ ୬୬୬ଟଙ୍କାର ପ୍ଲାନ୍‌ରେ ଗ୍ରାହକ ୩ଜିବି ଡାଟା ପ୍ରତିଦିନ ପାଇ ପାରିବେ। ଡିସେମ୍ବର ୩୧ ପରେ ଡାଟା ପୁଣିଥିରେ ୨ଜିବି ହୋଇଯିବ।

publive-image

୬୬୬ଟଙ୍କାର ପ୍ଲାନ୍‌ରେ ୩ଜିବି ଡାଟା ସୁବିଧା ଡିସେମ୍ବର ୨୩ରୁ ଆରମ୍ଭ ହୋଇଯିବ। କିଛିଦିନ ପୂର୍ବରୁ ସରକାର ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ମର୍ଜର ଘୋଷଣା କରିଥିଲେ। ଏହାପରେ ବିଏସ୍‌ଏନ୍‌ଏଲ୍‌ ୬୬୬ଟଙ୍କା ପ୍ଲାନ୍‌ରେ ପରିବର୍ତ୍ତନ କରି ଏମ୍‌ଟିଏନ୍‌ଏଲ ନମ୍ବରରେ ମାଗଣା ଭଏସ୍‌ କଲିଂ ସୁବିଧା ପ୍ରଦାନ କରିଥିଲା।

ବିଏସ୍‌ଏନ୍‌ଏଲର ୬୬୬ଟଙ୍କାର ପ୍ଲାନ୍‌ର ବୈଧତା ୧୩୪ ଦିନ ପର୍ଯ୍ୟନ୍ତ ରହିଛି। ଏହି ପ୍ଲାନ୍‌ରେ ଗ୍ରାହକ ମାଗଣା ଭଏସ୍‌ କଲିଂ ସହିତ ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରତିଦିନ ୩ଜିବି ଡାଟାର ଲାଭ ଉଠାଇ ପାରିବେ। ପୁଣି ଜାନୁଆରି ୧ରୁ ପୂର୍ବ ପରି ଏହି ପ୍ଲାନ୍‌ରେ ଗ୍ରାହଙ୍କୁ ୨ଜିବି ଡାଟା ପ୍ରତି ଦିନ ମିଳିବ। ଏହା ବ୍ୟତୀତ ୧୦୦ ଏସ୍‌ଏମ୍‌ଏସ୍‌ର ସବୁିଧା ବି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe