ବିଏସ୍‌ଏନ୍‌ଏଲ୍‌ର ୯୮ ଟଙ୍କିଆ ପ୍ଲାନ୍‌

Advertisment

୨୬ ଦିନ ପର୍ଯ୍ୟନ୍ତ ଦିନକୁ ଦେଢ଼ ଜିବି ଡାଟା

୨୬ ଦିନ ପର୍ଯ୍ୟନ୍ତ ଦିନକୁ ଦେଢ଼ ଜିବି ଡାଟା

ବିଏସ୍‌ଏନ୍‌ଏଲ୍‌ର ୯୮ ଟଙ୍କିଆ ପ୍ଲାନ୍‌

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ଡାଟା ସୁନାମି ଅଫର ଘୋଷଣା କରାଯାଇଛି। ଏହି ଅଫର ସବୁ ଟେଲିକମ୍‌ ସର୍କଲ୍‌ରେ ଉପଲବ୍ଧ ହୋଇଛି। ଗ୍ରାହକମାନେ ୯୮ ଟଙ୍କା ରିଚାର୍ଜ କରି ୨୬ ଦିନ ପର୍ଯ୍ୟନ୍ତ ଦିନକୁ ଦେଢ଼ ଜିବି ଡାଟା ପାଇପାରିବେ। ବିଏସ୍‌ଏନ୍‌ଏଲ୍‌ର ଏହି ଡାଟା କିନ୍ତୁ ୩ଜି ସ୍ପିଡ୍‌ରେ ମିଳିବ। ଏହି ଅଫର ଜିଓ ଓ ଏୟାରଟେଲ୍‌ ଭଳି କଂପାନି ପାଇଁ ବଡ଼ ଧରଣର ଆହ୍ଵାନ ହେବ ବୋଲି ଅନୁମାନ କରାଯାଉଛି। ଏହି ଅଫରରେ ବିଏସ୍‌ଏନ୍‌ଏଲ୍‌ ୨ ଟଙ୍କା ୫୧ ପଇସା ଭଳି କମ୍‌ ମୂଲ୍ୟରେ ୧ ଜିବି ଡାଟା ପ୍ରଦାନ କରିବ। ଜିଓ ୩ ଟଙ୍କା ୫୦ ପଇସାରେ ୧ ଜିବି ୪ଜି ଡାଟା ପ୍ରଦାନ କରୁଛି। ଗୋଟିଏ ଦିନ ପୂର୍ବରୁ ବିଏସ୍‌ଏନ୍‌ଏଲ୍‌ ଏହାର ୧୧୮ ଟଙ୍କିଆ ପ୍ୟାକ୍‌ ବିଷୟରେ ଘୋଷଣା କରିଥିଲେ। ଏଥିରେ ଗ୍ରାହକମାନେ ୨୮ ଦିନ ପର୍ଯ୍ୟନ୍ତ ଅସୀମିତ କଲ୍‌ ଓ ୧ ଜିବି ଡାଟା ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe