Advertisment

BSNL: ଚର୍ଚ୍ଚାରେ ବିଏସ୍‌ଏନ୍‌ଏଲ୍‌ ବାବୁଙ୍କ ରାଜକୀୟ ଗସ୍ତ: ସ୍ନାନ, ମନ୍ଦିର ବୁଲା ପାଇଁ ୫୦ ଅଧିକାରୀଙ୍କୁ ଦାୟିତ୍ବ

Advertisment

ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର କରିବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆର୍ଥିକ ସ୍ତରରେ କମ୍ପାନି ଅତ୍ୟନ୍ତ ଚାପରେ ଥିଲେ ମଧ୍ୟ କମ୍ପାନିର କେତେକ ବାବୁଙ୍କୁ କିଛି ଫରକ ପଡ଼ୁନାହିଁ।

ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର କରିବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆର୍ଥିକ ସ୍ତରରେ କମ୍ପାନି ଅତ୍ୟନ୍ତ ଚାପରେ ଥିଲେ ମଧ୍ୟ କମ୍ପାନିର କେତେକ ବାବୁଙ୍କୁ କିଛି ଫରକ ପଡ଼ୁନାହିଁ।

bsnl

ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର କରିବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆର୍ଥିକ ସ୍ତରରେ କମ୍ପାନି ଅତ୍ୟନ୍ତ ଚାପରେ ଥିଲେ ମଧ୍ୟ କମ୍ପାନିର କେତେକ ବାବୁଙ୍କୁ କିଛି ଫରକ ପଡ଼ୁନାହିଁ। କମ୍ପାନି ବୁଡ଼ିଯାଉପଛେ ଆମେ ଭିଆଇପି ଠାଣି ଛାଡ଼ିବୁନି। ସେଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ବିଏସ୍‌ଏନ୍‌ଏଲ୍‌ର ଜଣେ ନିର୍ଦ୍ଦେଶକଙ୍କ ଗସ୍ତ ସୂଚୀ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। 

PMGSY: ଯାତାୟାତ ଯନ୍ତ୍ରଣା ଅସହ୍ୟ, ନୂତନ ରାସ୍ତା ନିର୍ମାଣ ପାଇଁ ଦାବି

କମ୍ପାନି କାମରେ ନୁହେଁ, ତାଙ୍କ ବ୍ୟକ୍ତିଗତ ଗସ୍ତ ପାଇଁ ପ୍ରସ୍ତୁତ ହୋଇଥିବା ସୂଚୀରେ ଯେଉଁ ସବୁ ବ୍ୟବସ୍ଥା କରିବାକୁ କୁହାଯାଇଛି ତାହା ଜଣାପଡ଼ିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତାଙ୍କ ଗସ୍ତକୁ ବାତିଲ କରାଯାଇଛି। ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘଟଣାକୁ ଅଜବ ଓ ଅଗ୍ରହଣୀୟ କହିଛନ୍ତି। 

ସ୍ନାନ, ମନ୍ଦିର ବୁଲା ପାଇଁ ୫୦ ଅଧିକାରୀଙ୍କୁ ଦାୟିତ୍ବ
ଗାଡ଼ି, ଖାଦ୍ୟପେୟ, ଗାମୁଛା ବ୍ୟବସ୍ଥା କରିବାକୁ କହିଥିଲେ
ମନ୍ତ୍ରୀ କହିଲେ ଏଭଳି ଆଚରଣ ଅଜବ, ଅଗ୍ରହଣୀୟ
କାରଣ ଦର୍ଶାଅ ନୋଟିସ୍‌ ଜାରି, ଗସ୍ତ ବାତିଲ

ଘଟଣାଟି ହେଉଛି ଏହିଭଳି। ବିଏସ୍‌ଏନ୍‌ଏଲ୍‌ର ନିର୍ଦ୍ଦେଶକ ବିବେକ ବନଜଲ ନିଜ ବ୍ୟକ୍ତିଗତ କାମରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତ କରିବାର ଥିଲା। ସେଠାରେ ସେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ଆଖପାଖର ମନ୍ଦିର ବୁଲିବା ପାଇଁ ଗସ୍ତ ସୂଚୀ ପ୍ରସ୍ତୁତ ହୋଇଥିଲା। ତାଙ୍କ ଗସ୍ତ ସଫଳ କରିବାକୁ ୫୦ରୁ ଅଧିକ ଅଧିକାରୀ ଓ କର୍ମଚାରୀଙ୍କୁ ୨୦ ପ୍ରକାର କାମ କରିବାକୁ କୁହାଯାଇଥିଲା। ରେଳ ଷ୍ଟେସନରୁ ସ୍ବାଗତ କରିବାଠାରୁ ଆରମ୍ଭ କରି ବଡେ ହନୁମାନ ମନ୍ଦିର, ଅକ୍ଷୟବତ ଓ ପାତାଳପୁରୀ ମନ୍ଦିରରେ ଦର୍ଶନ, ତ୍ରିବେଣୀ ସଙ୍ଗମରେ ବୁଡ଼, ଡଙ୍ଗାରେ ବୁଲିବା, ଭୋଜନ, ପରିବହନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଥିଲା। ତାଙ୍କ ସମ୍ପୂର୍ଣ୍ଣ ଗସ୍ତ ପାଇଁ ଜଳପାନ, ଗମନାଗମନ ବ୍ୟବସ୍ଥା ସହ ଗାମୁଛା, ଅନ୍ତବସ୍ତ୍ର, ଚପଲ, ପାନିଆ, ଦର୍ପଣ, କେଶ ତୈଳ ଓ ବ୍ୟକ୍ତିଗତ ଯତ୍ନ ସାମଗ୍ରୀ ଓ ଅନ୍ୟାନ୍ୟ ସ୍ନାନ ସାମଗ୍ରୀ ଭଳି ଟିକିନିଖି ଜିନିଷ ପ୍ରସ୍ତୁତ ରଖିବାକୁ କମ୍ପାନିର ସ୍ଥାନୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା।

Droupadi Murmu: ‘ଆୟୁଷ ବ୍ୟବସ୍ଥା ସାମଗ୍ରିକ ସୁସ୍ଥତା ପାଇଁ ବ୍ୟାପକ ଜୀବନଶୈଳୀ ଢାଞ୍ଚା ପ୍ରଦାନ କରେ’

ଘାଟରେ ବସିବା ପାଇଁ ବେଡ୍‌ସିଟ୍‌ ରଖିବାକୁ କୁହାଯାଇଥିଲା। ତାଙ୍କ ଗସ୍ତରେ ବ୍ୟବହାର ହେବାକୁ ଥିବା ଗାଡ଼ିରେ ପାଣି ବୋତଲ, ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ବନଜଲଙ୍କ ସ୍ନାନ ପୂଜା ପରେ ଫଟୋ ଉଠାଇବା ସହିତ ତାଙ୍କ ବ୍ୟକ୍ତିଗତ ଜିନିଷର ପରିଚାଳନା କରିବାକୁ ମଧ୍ୟ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ହୋଟେଲ୍‌ ଓ ସର୍କିଟ୍‌ ହାଉସ୍‌ ରହଣୀ ପାଇଁ ଡ୍ରାଏ ଫ୍ରୁଟ୍‌ସ, ଫଳ, ସେଭିଂ କିଟ୍‌, ଗୋଟିଏ ଗାମୁଛା, ଟୁଥ୍‌ପେଷ୍ଟ୍‌, ସାବୁନ, ସାମ୍ପୁ, ପାନିଆ ଓ ତେଲ ରଖିବାକୁ କୁହାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe