୪ଜି ଟେଣ୍ଡର ବାତିଲ କଲା ବିଏସ୍‌ଏନ୍ଏଲ୍‌!

Advertisment
୪ଜି ଟେଣ୍ଡର ବାତିଲ କଲା ବିଏସ୍‌ଏନ୍ଏଲ୍‌!

ନୂଆଦିଲ୍ଲୀ : ଚୀନ୍‌ର ଉପକରଣ ବ୍ୟବହାର ନକରିବା ଲାଗି ଟେଲିକମ୍‌ ବିଭାଗ ନିର୍ଦେଶ ଦେବା ପରେ ୪ଜି ଟେଣ୍ଡର୍‌କୁ ବିଏସ୍‌ଏନ୍‌ଏଲ୍‌ ବାତିଲ କରିଛି। ଏହି ଖବରକୁ ନେଇ ଚର୍ଚ୍ଚା ଚାଲିଛି। ବିଏସ୍‌ଏନ୍‌ଏଲ୍‌ ବର୍ତମାନ ୩ଜି ସେବା ଯୋଗାଉଥିବା ବେଳେ ୪ଜି ସେବା ଦେବା ଲାଗି ନିଜ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚାହୁଛି। ସେଥିପାଇଁ ଟେଣ୍ଡର୍‌ ଆହ୍ବାନ କରିଥିଲା। ଚୀନ୍‌ ଉପକରଣଗୁଡ଼ିକୁ ବ୍ୟବହାର ନକରିବା ଲାଗି ସରକାର ବିଏସ୍‌ଏନ୍ଏଲ୍‌କୁ କହିଥିଲେ ବୋଲି ଆଲୋଚନା ହେଉଛି। ଏହା ପରେ କଂପାନି ୪ଜି ଟେଣ୍ଡର୍‌କୁ ବାତିଲ କରିଛି। ଖୁବ୍‌ଶୀଘ୍ର ନୂଆ ଟେଣ୍ଡର୍‌ ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe