ବିମାନରେ ମିଳିବ ବିଏସ୍‌ଏନ୍‌ଏଲ୍‌ ଡାଟା

Advertisment
ଉପା ଅମଳରେ ବିଏସ୍‌ଏନ୍‌ଏଲ୍‌ ଅବସ୍ଥା ଖରାପ ହୋଇଥିଲା

informalnewz

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ ସଂସ୍ଥା ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍ଏଲ୍‌) ବିମାନ ଯାତ୍ରୀଙ୍କୁ ଡାଟା ସେବା ପ୍ରଦାନ କରିବ। ବିମାନ ଆକାଶରେ ଉଡ଼ୁଥିବା ବେଳେ ଯାତ୍ରୀମାନେ ବିଏସ୍‌ଏନ୍ଏଲ୍‌ ଡାଟା ବ୍ୟବହାର କରିପାରିବେ। ଏହି ସେବା ପ୍ରଦାନ କରିବା ଲାଗି ବ୍ରିଟେନ୍‌ର ଉପଗ୍ରହ ଅପରେଟର ଇନ୍‌ମାର୍‌ସାଟ୍‌ ପକ୍ଷରୁ ବିଏସ୍‌ଏନ୍‌ଏଲ୍‌ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ବିମାନରେ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ଦେବା ଲାଗି ଏହା ଟେଲିକମ୍ ବିଭାଗ ଠାରୁ ଲାଇସେନ୍ସ ହାସଲ କରିଛି। ଇନ୍‌ମର୍‌ସାଟ୍ କେବଳ ବିମାନ ନୁହେଁ ଜାହାଜରେ ମଧ୍ୟ ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍ ପ୍ରଦାନ କରିବ। ଏଥିପାଇଁ ଏହା ଭାରତୀୟ କଂପାନି ସ୍ପାଇସ୍‌ଜେଟ୍‌ ଓ ସିପିଙ୍ଗ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ ସହିତ ବୁଝାମଣା କରିଛି। ଇନ୍‌ମର୍‌ସାଟ୍‌ ଏବେ ଭାରତରେ ଭରସାଯୋଗ୍ୟ ଅଳ୍ପ ସ୍ପିଡ୍‌ର ଡାଟା ପ୍ରଦାନ କରୁଛି। ମାତ୍ର ଟେଲିକମ୍ ବିଭାଗ ଠାରୁ ନୂଆ ଲାଇସେନ୍ସ ହାସଲ କରିଥିବାରୁ ଏହା ୪ଜି ସ୍ପିଡ୍‌ର ଡାଟା ଦେଇପାରିବ। କଂପାନିର ଉପଗ୍ରହରୁ ସିଧାସଳଖ ଡାଟା ଆସି ‌ଯାତ୍ରୀମାନଙ୍କ ମୋବାଇଲ୍‌ ଫୋନ୍, ଲାପ୍‌ଟପ୍‌, ଟାବ୍‌ଲେଟ୍‌ ଆଦିରେ ପହଞ୍ଚିବ। ଏହାକୁ ଏଲନ୍ ମସ୍କଙ୍କ ସଂସ୍ଥା ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜିସ୍‌ କର୍ପୋରେସନ୍ ଓ ସୁନିଲ ମିତ୍ତଲଙ୍କ କଂପାନି ୱାନ୍‌ୱେବ୍ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe