ବିଏସ୍‌ଏନ୍‌ଏଲ୍‌ ୧୪ରୁ ୨୪୧ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପ୍ଲାନ୍‌ରେ ପରିବର୍ତ୍ତନ କରିଛି, ଜାଣନ୍ତୁ ଆପଣଙ୍କ ପାଇଁ କ’ଣ ରହିଛି ବେଷ୍ଟ

Advertisment
ବିଏସ୍‌ଏନ୍‌ଏଲ୍‌ ୧୪ରୁ ୨୪୧ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପ୍ଲାନ୍‌ରେ ପରିବର୍ତ୍ତନ କରିଛି, ଜାଣନ୍ତୁ ଆପଣଙ୍କ ପାଇଁ କ’ଣ ରହିଛି ବେଷ୍ଟ

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ ଜିଓକୁ ଟକ୍କର ଦେବା ପାଇଁ ସମସ୍ତ ଶସ୍ତା ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛି। ବିଏସ୍‌ଏନ୍‌ଏଲ୍‌ର ଶସ୍ତା ପ୍ଲାନ୍‌ରେ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଲାଗ ମିଳିବ। ଏହି ଅଫର ଫାଇଦା କେବଳ ବିଏସ୍‌ଏନ୍‌ଏଲ୍‌ ପ୍ରିପେଡ ବ୍ୟବହାରକାରୀଙ୍କୁ ମିଳିବ। ବିଏସ୍‌ଏନ୍‌ଏଲ୍‌ ପାଖାପାଖି ୧୦ଟି ପ୍ଲାନ୍‌ ଅର୍ଥାତ୍‌ ୧୪, ୨୯, ୪୦, ୫୭,୬୮, ୭୮, ୮୨,୮୫,୧୯୮ ଓ ୨୪୧ଟଙ୍କାର ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛି।

ବିଏସ୍‌ଏନ୍‌ଏଲ୍‌ର ୧୪ଟଙ୍କାର ପ୍ଲାନ୍‌ରେ ଏବେ ବ୍ୟବହାରକାରୀଙ୍କୁ ଗୋଟିଏ ଦିନର ବୈଧତା ସହିତ ୧ଜିବି ଡଟା ମିଳିବ। ପ୍ରଥମେ ଏହି ପ୍ଲାନ୍‌ରେ ୧୧୦ଏମ୍‌ବି ଡାଟା ମିଳୁଥିଲା।

publive-image

୨୯ଟଙ୍କାର ପ୍ଲାନ୍‌ରେ ପରିବର୍ତ୍ତନ କରାଯାଇ ୧ଜିବି ଡାଟାକୁ ୫ଦିନ ପର୍ଯ୍ୟନ୍ତ ଦିଆଯାଉଛି। ସେହିପରି ୫୬ଟଙ୍କାର ପ୍ଲାନ୍‌ରେ ୧ଜିବି ଡାଟା ୨୧ଦିନ ପର୍ଯ୍ୟନ୍ତ, ୬୮ଟଙ୍କାର ପ୍ଲାନ୍‌ ୫ଦିନ ପାଇଁ ୨ଜିବି ଡାଟା ଗ୍ରାହକ ପାଇପାରିବେ। ପୂର୍ବରୁ ଏଥିରେ ୧ଜିବି ଡାଟା ମିଳୁଥିଲା। ୭୮ଟଙ୍କା ଓ ୮୨ ଟଙ୍କାର ପ୍ଲାନ୍‌ରେ ୪ଜିବି ଡାଟା ଦିଆଯାଉଛି। ପୂର୍ବରୁ ଏହି ପ୍ଲାନ୍‌ରେ ୨ଜିବି ଡାଟା ଦିଆଯାଉଥିଲା। ୮୨ଟଙ୍କାର ପ୍ଲାନ୍‌ରେ ପିଆରବିଟିର ସୁବିଧା ବି ଦିଆଯାଉଛି।

ସେହିପରି ୧୫୫ଟଙ୍କାର ପ୍ଲାନ୍‌ରେ ପ୍ରତିଦିନ ୧.୫ଜିବି ଡାଟା ମିଳୁଥିଲା, ଏବେ ଏଥିରେ ୨ଜିବି ଡାଟା ଦିଆଯାଉଛି। ଏହାର ବୈଧତା ୧୭ଦିନ ପର୍ଯ୍ୟନ୍ତ ରହିଛି। ୧୯୮ଟଙ୍କା ପ୍ଲାନ୍‌ରେ ପ୍ରତିଦିନ ୧.୫ଜିବି ଡାଟାର ଫାଇଦା ଗ୍ରାହକ ଉଠାଇ ପାରିବେ। ଏଥିସହିତ ପିଆରବିଟି ସିର୍ଭିସ୍‌ ମଧ୍ୟ ମାଗଣାରେ ଦିଆଯାଉଛି। ଏହି ପ୍ଲାନ୍‌ର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିଛି। ପୂର୍ବରୁ ଏହି ପ୍ଲାନ୍‌ରେ ୧ଜିବି ଡାଟା ମିଳୁଥିଲା। ଏବେ ୨୪୧ଟଙ୍କାର ପ୍ଲାନ୍‌ରେ ୭ଜିବି ଡାଟା ଦିଆଯାଉଛି। ପୂର୍ବରୁ ଏଥିରେ ୨.୭ଜିବି ଡାଟା ମିଳୁଥିଲା, ତାହାପୁଣି ୩୦ଦିନ ପାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe