୫୦ ଟଙ୍କାରୁ କମ ପ୍ଲାନ ଲଂଚ କଲା ବିଏସଏନଏଲ, ଶସ୍ତା ପ୍ଲାନରେ ମିଳିବ ଅସୀମିତ କଲ ଓ ଡାଟା

Advertisment
୫୦ ଟଙ୍କାରୁ କମ ପ୍ଲାନ ଲଂଚ କଲା ବିଏସଏନଏଲ, ଶସ୍ତା ପ୍ଲାନରେ ମିଳିବ ଅସୀମିତ କଲ ଓ ଡାଟା

TelecomTalk

ନୂଆଦିଲ୍ଲୀ: ଭାରତର ସବୁଠାରୁ ଶସ୍ତା ପ୍ଲାନ ଭାବେ ଆଜି ବିଏସଏନଏଲ ଏକ ରିଚାର୍ଜ ପ୍ଲାନ ଆରମ୍ଭ କରିଛି | ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ ଆଣିଛି। ଏହି ରିଚାର୍ଜ ଯୋଜନାରେ ଅସୀମିତ ଭଏସ୍ କଲିଂ (ବିଏସଏନଏଲକୁ ଅସୀମିତ କଲିଂ) ବ୍ୟତୀତ ଡାଟା ଏବଂ ଏସଏମଏସ ଭଳି ସୁବିଧା ପ୍ରଦାନ କରୁଛି | ବଡ କଥା ଯେ ଦେଶରେ ଉଭୟ ଡାଟା ଓ କଲିଂ ପାଇଁ ଦିଆଯାଉଥିବା ଶସ୍ତା ପ୍ଲାନ ମଧ୍ୟରୁ ଏହା ସବୁଠାରୁ ଶସ୍ତା ହୋଇଛି | ତେବେ ଏହି ପ୍ଲାନ ପାଇଁ କିଛି ସର୍ତ୍ତାବଳି ମଧ୍ୟ ରହିଛି |

ଏହି ରିଚାର୍ଜ ପ୍ଳାନର ଲାଭ ସେହିମାନେ ପାଇପାରିବେ ଯେଉଁମାନେ ନୂଆ ଗ୍ରାହକ ହୋଇଥିବେ ଓ ପ୍ରଥମ ଥର ପାଇଁ ରିଚାର୍ଜ କରିବେ | ସୂଚନା ଥାଉ କି ଅନ୍ୟ ଟେଲିକମ କମ୍ପାନୀ ଅପେକ୍ଷା ଏହା ସବୁଠାରୁ ଶସ୍ତା ଏଫଆରସି(ଫାଷ୍ଟ ରିଚାର୍ଜ) | କାରଣ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆର ଫାଷ୍ଟ ରିଚାର୍ଜ ୯୭ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଜିଓ ସିମରେ ପ୍ରାଇମ ସବସ୍କ୍ରିପସନ୍ ପାଇବା ପାଇଁ ଆପଣଙ୍କୁ ୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ |

ବିଏସଏନଏଲ ର ୪୭ ଟଙ୍କା ରିଚାର୍ଜରେ ଗ୍ରାହକମାନେ ଅସୀମିତ ରୋମିଂ, ଏସଟିଡି ଏବଂ ଲୋକାଲ୍ କଲ୍ କରିପାରିବେ | ଏହା ସହିତ, ଆପଣ ରୋମିଂରେ ଅସୀମିତ କଲିଂର ଲାଭ ମଧ୍ୟ ପାଇବେ | ଏହି ପ୍ଲାନ ସହିତ ୧୪ ଜିବି ଡାଟା ଉପଲବ୍ଧ ରହିଛି | ୨୮ ଦିନର ବୈଧତା ସହିତ ଏହି ଯୋଜନାରେ ପ୍ରତିଦିନ ୧୦୦ ଟି ଏସଏମଏସ କରିପାରିବେ | ତେବେ ଏଫଆରସି ୪୭ କୁ ଏକ ପ୍ରୋତ୍ସାହନମୂଳକ ଅଫର ଭାବରେ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ କରାଯାଇଛି | ଆଉ ପ୍ରାଥମିକ ପର୍ଯ୍ୟାୟରେ ବର୍ତ୍ତମାନ ଚେନ୍ନାଇ ଏବଂ ତାମିଲନାଡୁ ଟେଲିକମ୍ ସର୍କଲରେ ନୂତନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe