ବିଏସ୍‌ଏନ୍‌ଏଲ୍‌ ଆଣିଲା ଜବରଦସ୍ତ ଶସ୍ତା ପ୍ଲାନ୍‌, ମାତ୍ର ୧୫୩ ଟଙ୍କାରେ ୩ ମାସ ପାଇଁ ଉଭୟ ଭଏସ୍‌ କଲ୍ ଓ ଡାଟା ସୁବିଧା

Advertisment
ସ୍ୱାଧୀନତା ଦିବସ ପାଇଁ ବିଏସଏନଏଲର ବିଶେଷ ଅଫର; ୭୫ ଜିବି ଡାଟା ମାଗଣା !

The Quint

ମୁମ୍ବାଇ: ଭାରତର ସବୁଠାରୁ ଶସ୍ତା ପ୍ଲାନ ଭାବେ ବିଏସଏନଏଲ ଏବେ ଅନେକ ନୂଆ ଅଫର୍‌ ନେଇଆସିଛି। ଏବେ କମ୍ପାନି ତା’ର ଗ୍ରାହକମାନଙ୍କ ପାଇଁ ଏକ ୯୦ ଦିନିଆ ପ୍ଲାନ୍‌ ନେଇଆସିଛି। ମାତ୍ର ୧୫୩ ଟଙ୍କାରେ ୩ ମାସ ପାଇଁ ଉଭୟ ଭଏସ୍‌ କଲ୍ ଓ ଡାଟା ଅଫର୍‌ ନେଇ ଆସିଛି କମ୍ପାନି। ଜିଏସ୍‌ଏମ୍‌ ମୋବାଇଲ୍‌ ସେବା ଅଧୀନରେ ସିମ୍‌ ଆକ୍ଟିଭ୍‌ ହେବାର ୨୮ ଦିନ ମଧ୍ୟରେ ଗ୍ରାହକ ଏହି ସୁବିଧାର ଲାଭ ଉଠାଇ ପାରିବେ।

ଉ‌ଲ୍ଲେଖଯୋଗ୍ୟ, ଏହା ପୂର୍ବରୁ  ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ ଆଣିସାରିଛି। ଏହି ରିଚାର୍ଜ ଯୋଜନାରେ ଅସୀମିତ ଭଏସ୍ କଲିଂ (ବିଏସଏନଏଲକୁ ଅସୀମିତ କଲିଂ) ବ୍ୟତୀତ ଡାଟା ଏବଂ ଏସଏମଏସ ଭଳି ସୁବିଧା ଉପଲବ୍ଧ ହେବ। ବଡ କଥା ଯେ ଦେଶରେ ଉଭୟ ଡାଟା ଓ କଲିଂ ପାଇଁ ଦିଆଯାଉଥିବା ଶସ୍ତା ପ୍ଲାନ ମଧ୍ୟରୁ ଏହା ସବୁଠାରୁ ଶସ୍ତା ହୋଇଛି। ତେବେ ଏହି ପ୍ଲାନ ପାଇଁ କିଛି ସର୍ତ୍ତାବଳୀ ମଧ୍ୟ ରହିଛି। ଏହି ରିଚାର୍ଜ ପ୍ଳାନର ଲାଭ ସେହିମାନେ ପାଇପାରିବେ ଯେଉଁମାନେ ନୂଆ ଗ୍ରାହକ ହୋଇଥିବେ ଓ ପ୍ରଥମ ଥର ପାଇଁ ରିଚାର୍ଜ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe