ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଦୂରସଂଚାର କମ୍ପାନି ବିଏସ୍ଏନ୍ଏଲ୍ ପାଇଁ ସରକାର ଘୋଷଣା କରିଥିବା ପାଣ୍ଠି ପ୍ରଦାନରେ ବିଳମ୍ବ ହେଉଥିବାରୁ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ସୋମବାର କର୍ମଚାରୀମାନେ ଦେଶବ୍ୟାପୀ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି। ଦି ୟୁନିୟନ୍ସ ଆଣ୍ଡ ଆସୋସିଏସନ୍ସ ଅଫ୍ ବିଏସ୍ଏନ୍ଏଲ୍ (ଏୟୁଏବି) ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଗତ ଅକ୍ଟୋବରରେ ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍କୁ ୬୮,୭୫୧ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଉଦ୍ଧାର ପ୍ୟାକେଜ ସମେତ ୪ଜି ସ୍ପେକ୍ଟ୍ରମ ଆବଣ୍ଟନ, ସ୍ବେଚ୍ଛାକୃତ ଅବସର ଯୋଜନା ଏବଂ ମିଶ୍ରଣ ଆଦିକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଥିଲା। ତେବେ ଏସବୁ ମଧ୍ୟରୁ କେବଳ ଭିଆର୍ଏସ୍କୁ କାର୍ଯ୍ୟକାରୀ କରାଯାଇଛି। ୭୮,୫୬୯ ଜର କର୍ମଚାରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ପାଖାପାଖି ୪ ମାସ ବିତିଲା ପରେ ମଧ୍ୟ ବିଏସ୍ଏନ୍ଏଲ୍କୁ ୪ଜି ସ୍ପେକ୍ଟ୍ରମ ଆବଣ୍ଟନ କରାଯାଇନାହିଁ। ସରକାରଙ୍କ ପ୍ୟାକେଜ ଘୋଷଣା ସତ୍ତ୍ବେ କର୍ମଚାରୀମାନେ ଠିକ୍ ସମୟରେ ଦରମା ପାଉନାହାନ୍ତି।
ବିଏସ୍ଏନ୍ଏଲ୍କୁ ପ୍ୟାକେଜ୍ ମିଳିବାରେ ବିଳମ୍ବ, ଆଜି ଦେଶବ୍ୟାପୀ ଅନଶନ
Advertisment
Follow Us