ଏହି ସବୁ ଅଫର୍‌ରେ ୫୦ ପ୍ରତିଶତ ଅଧିକ ଡାଟା ଦେବ ବିଏସ୍‌ଏନ୍‌ଏଲ୍‌

ଏହି ସବୁ ଅଫର୍‌ରେ ୫୦ ପ୍ରତିଶତ ଅଧିକ ଡାଟା ଦେବ ବିଏସ୍‌ଏନ୍‌ଏଲ୍‌

ମୁମ୍ବାଇ: ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଯାଇ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ତା’ର ନିର୍ଦ୍ଦିଷ୍ଟ କେତୋଟି ପ୍ରିପେଡ୍‌ ଯୋଜନାର ୪୩ ପ୍ରତିଶତ ଅବଧି ବଢ଼ାଇଦେବା ବେଳେ ୫୦ ପ୍ରତିଶତ ଡାଟା ବୃଦ୍ଧି କରିଛି। ନିକଟରେ କମ୍ପାନି ତା’ର ‘ବିଏସ୍‌ଏନ୍‌ଏଲ୍‌ ହାପି ଅଫର୍‌’ ନାମରେ ଏକ ଅଫର୍‌ ବାହାର କରିଛି।

‘ବିଏସ୍‌ଏନ୍‌ଏଲ୍‌ ହାପି ଅଫର୍‌’ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୪୮୫ ଟଙ୍କା। ଏହି ଅଫର୍‌ ମୁତାବକ ଦିନକୁ ୧.୫ ଜିବି ଡାଟା ମିଳିବ। ଏହାର ଅବଧି ରହିଛି ୯୦ ଦିନ। ସେହିପରି ୬୬୬ ଟଙ୍କା ରିଚାର୍ଜ କଲେ ୧୨୯ ଦିନ ପର୍ଯ୍ୟନ୍ତ ଅସୀମିତ କଲିଂ ସୁବିିଧା ସହ ଗ୍ରାହକ ପାଇପାରିବେ ଦିନକୁ ସେହି ୧.୫ ଜିବି ଡାଟା। ଜାଣିରଖନ୍ତୁ ଯେ ଏହି ଅସୀମିତ କଲିଂ ସୁବିଧାରେ ଲୋକଲ୍‌, ଏସ୍‌ଟିଡି ଏବଂ ରୋମିଂ କଲ୍‌ ସାମିଲ୍‌।

publive-image

ଆହୁରି ବି କମ୍‌ ଟଙ୍କାରେ ବିଏସ୍‌ଏନ୍‌ଏଲ୍‌ ଗ୍ରାହକମାନଙ୍କୁ ଅଫର୍‌ ପ୍ରଦାନ କରିଛି। ୧୮୬ ଟଙ୍କା ପ୍ଲାନ୍‌ ଭାଉଚର୍‌ ଏବଂ ୧୮୭ ଟଙ୍କା ଟାରିଫ୍‌ ଭାଉଚର୍‌ ମୁତାବକ ଗ୍ରାହକଙ୍କୁ ମିଳିବ ୨୮ ଦିନ ପର୍ଯ୍ୟନ୍ତ ମିଳିବ ୧ ଜିବି ଡାଟା। ସେହିପରି ୩୪୯ ଟଙ୍କାରେ ୫୪ ଦିନ ଏବଂ ୪୨୯ ଟଙ୍କାରେ ୮୧ ଦିନ ପର୍ଯ୍ୟନ୍ତ ୧ ଜିବି ଲେଖାଏ ଡାଟା ମିଳିପାରିବ।

ଉପରୋକ୍ତ ସମସ୍ତ ଯୋଜନାରେ ଦିନକୁ ୧୦୦ ଲେଖାଏ ଏସ୍‌ଏମ୍‌ଏସ୍‌ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe