୨.୪ ଲକ୍ଷ ଟଙ୍କା ଦେଇ ବିଏସଏନଏଲର ଭିଆଇପି ନମ୍ବର କିଣିଲେ ଆଳୁ ବ୍ୟବସାୟୀ

୨.୪ ଲକ୍ଷ ଟଙ୍କା ଦେଇ ବିଏସଏନଏଲର ଭିଆଇପି ନମ୍ବର କିଣିଲେ ଆଳୁ ବ୍ୟବସାୟୀ

ନୂଆଦିଲ୍ଲୀ: ଆଜିର ସମୟରେ ବି ଭିଆଇପି ନମ୍ବର ଚାଲୁଛି । ଅନେକଙ୍କ ଇଚ୍ଛା ଥା‌ଏ କି ତାଙ୍କ ମୋବାଇଲ୍ ନମ୍ବର ଅନନ୍ୟ ହେଉ । କିଛି ଲୋକ ଏକ ଭିନ୍ନ ସଂଖ୍ୟା ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଆନ୍ତି। କୋଟା ସହରର ଜଣେ ବ୍ୟକ୍ତି ବିଏସଏନଏଲ 'ଭିଆଇପି' ନମ୍ବର କିଣିଛନ୍ତି। ଯାହାର ଶେଷରେ ଲଗାତାର ୬ଟି ଶୂନ ଅଛି । ନିଲାମରେ ଉକ୍ତ ବ୍ୟକ୍ତି ୨.୪ ଲକ୍ଷ ଟଙ୍କାରେ ଏହି ନମ୍ବର କିଣିଥିଲେ।

ବିଏସଏନଏଲର ଅନଲାଇନ୍ ପୋର୍ଟାଲରେ ଭିଆଇପି ନମ୍ବର ବିକ୍ରି ପାଇଁ ଉପଲବ୍ଧ ଥିଲା। ଯେଉଁଠାରେ ଲୋକମାନେ ନିଲାମରେ ଏହିପରି ନମ୍ବର ପାଇଁ ନିଜର ବୋଲି ଲଗାଇ ପାରିବେ। ଭିଆଇପି ନମ୍ବର XXX୭୦୦୦୦୦୦ପାଇଁ କ୍ରେତା ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଥିଲା। ଏହି କ୍ରମରେ ରାଜସ୍ଥାନର କୋଟାରେ ଆଳୁ ବିକୁଥିବା ଜଣେ ବ୍ୟବସାୟୀ ଏହି ନିଲାମରେ ନିଜ ବୋଲି ଲଗାଇ ନମ୍ବରକୁ ୨.୪ଲକ୍ଷ ଟଙ୍କାରେ କିଣି ନେଇଥିଲେ।

publive-image

ଏହି ସଂଖ୍ୟା ଏକ ସପ୍ତାହ ହେବ ନିଲାମରେ ଥିଲା । ଏହି ନିଲାମ ୨୦,୦୦୦ ରୁ ଆରମ୍ଭ ହୋଇ ୨ ଲକ୍ଷରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା। ନିଲାମର ବିଜେତା ଏବଂ ବିଏସଏନଏଲ ଭିଆଇପି ମୋବାଇଲ୍ ନମ୍ବରର ନୂତନ ମାଲିକ ହେଉଛନ୍ତି ଆଳୁ ବ୍ୟବସାୟୀ ତନୁଜ ଦୁଦେଜା। ଦୁଦେଜା ଭିଆଇପି ମୋବାଇଲ ନମ୍ବର ରଖିବାକୁ ପସନ୍ଦ କରନ୍ତି। ୨.୪ ଲକ୍ଷ ଟଙ୍କାର ଭିଆଇପି ନମ୍ବର ହେଉଛି ତାଙ୍କର ଦ୍ୱିତୀୟ। କାରଣ ସେ ପୂର୍ବରୁ ମଧ୍ୟ ୧ ଲକ୍ଷ ଟଙ୍କାରେ ଆଉ ଏକ ନମ୍ବର କିଣିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe