ଆୟକର ଛାଡ଼ ସୀମା ୩ ଲକ୍ଷ ଟଙ୍କା ହେଉ: ଏସ୍‌ବିଆଇ

Advertisment

ବଜେଟ୍‌ ୨୦୧୮

ବଜେଟ୍‌ ୨୦୧୮

ଆୟକର ଛାଡ଼ ସୀମା ୩ ଲକ୍ଷ ଟଙ୍କା ହେଉ: ଏସ୍‌ବିଆଇ

ନୂଆଦିଲ୍ଲୀ: ସପ୍ତମ ବେତନ କମିସନ ଲାଗୁ ହୋଇଥିବାରୁ ଲୋକମାନଙ୍କ ପାଖରେ ଖର୍ଚ କରିବା ପାଇଁ ଅଧିକ ଟଙ୍କା ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଆୟକର ଛାଡ଼ ସୀମାକୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଦରକାର ବୋଲି ଏସ୍‌ବିଆଇ ଏହାର ଏକ ରିପୋର୍ଟରେ କହିଛି। ବର୍ତ୍ତମାନ ଆୟକର ଛାଡ଼ ସୀମା ଅଢ଼େଇ ଲକ୍ଷ ଟଙ୍କା ରହିଛି। ଯଦି ତାହା ଆଉ ୫୦ ହଜାର ଟଙ୍କା ବଢ଼ିଯିବ ତେବେ ୭୫ ଲକ୍ଷ ଲୋକ ଲାଭବାନ ହେବେ। ବ୍ୟାଙ୍କ ଜମା ଜରିଆରେ ସଞ୍ଚୟ ବଢ଼ାଇବା ପାଇଁ ସରକାର ବିଭିନ୍ନ ପ୍ରୋତ୍ସହନ ପ୍ରଦାନ କରିବା ଦରକାର ବୋଲି ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ଟିକସ ସଞ୍ଚୟ ଜମାଗୁଡ଼ିକର ଅବଧି ୫ ବର୍ଷରୁ କମାଇ ୩ ବର୍ଷ କରିବାକୁ ଏହା କହିଛି। ବଜେଟ୍‌ରେ କୃଷି, ଏମ୍‌ଏସ୍‌ଏମ୍‌ଇ, ଭିତ୍ତିଭୂମି ଏବଂ ସୁଲଭ ବାସଗୃହ ପ୍ରତି ପ୍ରାଥମିକତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି ଏସ୍‌୍‌ବିଆଇ ଇକୋରାପ୍‌ ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe