ବଢ଼ିବ ବଜେଟ୍‌ ନିଅଣ୍ଟ, ସତର୍କ କଲେ ଅଧିକାରୀ

Advertisment
ବଢ଼ିବ ବଜେଟ୍‌ ନିଅଣ୍ଟ, ସତର୍କ କଲେ ଅଧିକାରୀ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍ ନିଅଣ୍ଟକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବା ସମ୍ଭବ ହୋଇ ନପାରେ। ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବାରୁ ଟିକସ ଆଦାୟ ପରିମାଣ କମୁଛି। ଏତଦବ୍ୟତୀତ ସରକାର ଅର୍ଥନୀତିରେ ସୁଧାର ଆଣିବା ଲାଗି ପ୍ୟାକେଜ ମଧ୍ୟ ଘୋଷଣା କରିପାରନ୍ତି। ଏହାକୁ ଦେଖିଲେ ବିତ୍ତୀୟ ନିଅଣ୍ଟକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବା ସମ୍ଭବପର ନୁହେଁ ବୋଲି ୩ ଜଣ ବରିଷ୍ଠ ଅଧିକାରୀ ସତର୍କ କରାଇ ଦେଇଛନ୍ତି। ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସରକାରୀ ଖର୍ଚକୁ ନିୟନ୍ତ୍ରଣ କରାଯାଇ ପାରିଥିଲା। ଫଳରେ ୨୦୧୩-୧୪ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୪.୫% ଥିବାବେଳେ ଏହାକୁ ୩.୪%କୁ କମାଇଥିଲେ। ମୁଖ୍ୟତଃ ସବସିଡି ହ୍ରାସ ଏବଂ ତେଲ ଟିକସ ବୃଦ୍ଧି କରି ସରକାର ନିଅଣ୍ଟକୁ ନିୟନ୍ତ୍ରଣ କରିଥିଲେ। କିନ୍ତୁ ଗତ ନିର୍ବାଚନରେ ସରକାର ସଡ଼କ, ଗୃହ ନିର୍ମାଣ ବାବଦ ଖର୍ଚ ବୃଦ୍ଧି କରିବା ସହିତ ବ୍ୟକ୍ତିଗତ ଓ କମ୍ପାନି ଟିକସ ହ୍ରାସ ନେଇ ପ୍ରତିଶ୍ରୁତି ଦେଇଛି। ତେଣୁ ପ୍ରତିଶ୍ରୁତିକୁ କାର୍ଯ୍ୟ କରିବା, ଅର୍ଥନୈତିକ ଅଭିବୃଦ୍ଧିକୁ ବଢ଼ାଇବା ଏବଂ ଘରୋଇ ନିବେଶରେ ଉନ୍ନତି ଆଣିବା ଉପରେ ସରକାର ପ୍ରାଧାନ୍ୟ ଦେବେ। ତେଣୁ ଏସବୁ କାର୍ଯ୍ୟକାରୀ କରିବାକୁ ହେଲେ ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ କୋହଳ କରିବା ବ୍ୟତୀତ ସରକାରଙ୍କ ନିକଟରେ ପ୍ରାୟତଃ ଅନ୍ୟ ପନ୍ଥା ଏବେ ନାହିଁ ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତ ଅନ୍ତରୀଣ ବଜେଟରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୪%ରେ ରଖିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ପୂର୍ଣ୍ଣାଙ୍ଗ ବଜେଟରେ ଏହାକୁ ଜିଡିପିର ୩.୬%କୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe