ଆଜି ସଂସଦରେ ୨୦୨୦-୨୧ର ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Advertisment
ଆଜି ସଂସଦରେ ୨୦୨୦-୨୧ର ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Image Courtesy of Hindustan Times

ନୂଆଦିଲ୍ଲୀ: ଆଜି ଆରମ୍ଭ ହେବାକୁ ଥିବା ବଜେଟ୍‌ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘୨୦୨୦-୨୧ ଆର୍ଥିକ ସର୍ବେକ୍ଷଣ’ ଉପସ୍ଥାପନ କରିବେ। ଫେବ୍ରୁଆରି ୧ ତାରିଖ ଦିନ ବଜେଟ୍‌ ଉପସ୍ଥାପନ କରାଯିବ।

ବଜେଟ୍‌ ଉପସ୍ଥାପନ କରାଯିବାର ଦିନକ ପୂର୍ବରୁ ସାଧାରଣତଃ ‘ଆର୍ଥିକ ସର୍ବେକ୍ଷଣ’ କରାଯାଇଥାଏ। କିନ୍ତୁ, ଏବର୍ଷ ଏହି ଧାରାରେ ବ୍ୟତିକ୍ରମ ଦେଖାଦେଇଛି।

ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ ହୋଇ ସାରିବା ପରେ ଅପରାହ୍ଣ ୨.୩୦ରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେ ଭି ସୁବ୍ରମଣିୟାନ୍‌ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ।

publive-image Image Courtesy of Business Today

ବଜେଟ୍‌ ପୂର୍ବରୁ ଉପସ୍ଥାନପନ ହେଉଥିବା ଆର୍ଥିକ ସର୍ବେକ୍ଷଣ ଚଳିତ ଆର୍ଥିକ ବର୍ଷର ଅର୍ଥନୀତିର ସମୀକ୍ଷା ପ୍ରଦାନ କରିବା ସହ ଆଗାମୀ ବର୍ଷର ଆର୍ଥିକ ପରିସ୍ଥିତି ସଂକ୍ରାନ୍ତରେ ପଥ ପ୍ରଦର୍ଶନ କରିଥାଏ। କୋଭିଡ୍‌-୧୯ ମହାମାରୀ ଯୋଗୁଁ ହଠାତ୍‌ ଅର୍ଥନୀତି କ୍ଷେତ୍ରରେ ପରିବର୍ତ୍ତନ ଘଟିଥିବାରୁ ଏ ବର୍ଷ ଏହି ସର୍ବେକ୍ଷଣ ଗୁରୁତ୍ୱ ବହନ କରୁଛି।

ଏ ବର୍ଷ ବଜେଟ୍‌ ଅଧିବେଶନ କାଗଜରହିତ (ପେପର୍‌ଲେସ୍‌) ହୋଇଥିବାରୁ ଗୃହରେ ବାସ୍ତବ ନକଲ ଉପସ୍ଥାପନ କରାଯିବା ପରେ ‘ଆର୍ଥିକ ସର୍ବେକ୍ଷଣ’ ସମେତ ସମସ୍ତ ଦଲିଲ ଅବିଳମ୍ବେ ଅନ୍‌ଲାଇନ୍‌ରେ ମିଳିଯିବ ବୋଲି ଲୋକସଭା ସଚିବାଳୟ କହିଛି।

WWW.indiabudget.gov.inରୁ ‘ଆର୍ଥିକ ସର୍ବେକ୍ଷଣ’ର ନକଲ ଡାଉନ୍‌ଲୋଡ୍‌ କରାଯାଇ ପାରିବ।

‘ଆର୍ଥିକ ସର୍ବେକ୍ଷଣ’ ଉପସ୍ଥାପନ ପ୍ରଥା ୧୯୫୦-୫୧ରୁ ୧୯୬୪ ପର୍ଯ୍ୟନ୍ତ କେନ୍ଦ୍ର ବଜେଟ୍‌ ସହିତ ଉପସ୍ଥାପିତ ହେଉଥିଲା। କିନ୍ତୁ, ୧୯୬୪ରୁ ମନ୍ତ୍ରାଳୟ ଏହାକୁ ବଜେଟ୍‌ର ଦିନକ ଆଗରୁ ଉପସ୍ଥାପିତ କରି ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe