ନିୟନ୍ତ୍ରଣକୁ ଆସିପାରେ ବଜେଟ୍‌ ନିଅଣ୍ଟ

୨ଲକ୍ଷ ୬୦ହଜାର କୋଟିର ବଜେଟ୍! ଆସିବ ୯୦ହଜାର କୋଟିର ଅନ୍ତରୀଣ ବଜେଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସରକାରଙ୍କ ଅର୍ଥନୀତି ବିଗିଡ଼ି ଯାଇଛି। ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ବଜେଟ ନିଅଣ୍ଟ ୯.୨ ପ୍ରତିଶତ ରହିଥିଲା। ତେବେ ଚଳିତ ଆର୍ଥିକ ବର୍ଷରେ ଏହାକୁ ୬.୪ ପ୍ରତିଶତରେ ରଖିବା ଲାଗି ଅର୍ଥମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ ୨୦୨୩-୨୪ ପାଇଁ ଏହାକୁ ୬ ପ୍ରତିଶତ ଭିତରେ ରଖିବା ଲାଗି ଉଦ୍ୟମ ଚାଲିଛି। ଆସନ୍ତା ଏପ୍ରିଲରୁ ଯଦିଓ ଆର୍ଥିକ ବର୍ଷ ଆରମ୍ଭ ହେଉଛି ତଥାପି ବଜେଟ୍ ଫେବ୍ରୁଆରି ପହିଲାରେ ଉପସ୍ଥାପନ ହେଉଛି। ତେଣୁ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଅର୍ଥମନ୍ତ୍ରୀ ବିଭିନ୍ନ ବର୍ଗ ସହ ପ୍ରାକ୍ ବଜେଟ୍ ସଂପର୍କରେ ଆଲୋଚନା ଚଳାଇଛନ୍ତି। ୨୦୨୪ରେ ସାଧାରଣ ନିର୍ବାଚନ ହେବ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଆସନ୍ତା ବଜେଟ୍‌ ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌। ଏଥିରେ ସରକାର ଅନେକ ଶସ୍ତା ଲୋକପ୍ରିୟ ଯୋଜନା ଘୋଷଣା କରିବା ସହିତ ଅଧିକ ବ୍ୟୟବରାଦ କରିପାରନ୍ତି। ଅର୍ଥମନ୍ତ୍ରୀଙ୍କ ପାଇଁ ବର୍ତ୍ତମାନ ସମସ୍ୟା ହେଲା ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe