ବଜେଟ୍‌ ପ୍ରସ୍ତୁତି: ଲୋକଙ୍କ ମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

Advertisment

ଟାଟା ଷ୍ଟିଲ୍‌ ସିଇଓ ଭେଟିଲେ

ଟାଟା ଷ୍ଟିଲ୍‌ ସିଇଓ ଭେଟିଲେ

ବଜେଟ୍‌ ପ୍ରସ୍ତୁତି: ଲୋକଙ୍କ ମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର। ତେଣୁ ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତା ଓ ପ୍ରସ୍ତାବ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତ କରିବା ଲାଗି ଅର୍ଥ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସେଥିପାଇଁ ନିଜର ମତାମତ‌ ଦେବାକୁ ଶ୍ରୀ ମାଝୀ ସାଧାରଣ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ରାଜ୍ୟ ବଜେଟ୍ ଲାଗି ଲୋକମାନେ ଇ-ମେଲ୍‌, ହ୍ବାଟସ୍‌ଆପ୍ ଓ ଏସ୍‌ଏମ୍ଏସ୍‌ ଜରିଆରେ ନିଜର ମତାମତ ପଠାଇପାରିବେ। ସୂଚନା ପ୍ରଯୁକ୍ତିକୁ ବ୍ୟବହାର କରି ବଜେଟ୍ ପ୍ରସ୍ତୁତି ଲାଗି ମତାମତ ସଂଗ୍ରହ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜୋର ଦେଇଛନ୍ତି। ପାରମ୍ପରିକ ଭାବେ ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ମାନଙ୍କର ମତାମତ ନେଇ ବଜେଟ୍‌ର ପୂର୍ବ ପ୍ରସ୍ତୁତି କରୁଛି।

ଇମେଲ୍‌, ହ୍ବାଟସ୍‌ଆପ୍, ଏସ୍‌ଏମ୍ଏସ୍‌ରେ ପଠାଇହେବ
ଜୁଲାଇ ୫ ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ

ବଜେଟ୍ ପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଜରିଆରେ ଇମେଲ୍‌, ହ୍ବାଟସ୍‌ଆପ୍ ଓ ଏସ୍‌ଏମ୍ଏସ୍‌ ମାଧ୍ୟମରେ ମତାମତ ସଂଗ୍ରହ କରିବାକୁ ଯୋଜନା କରିଛି। ଅର୍ଥ ବିଭାଗ ଜନ ସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରୁଛି। ତାହା https://budget.odisha.gov.in/ ପୋର୍ଟାଲ୍‌ରେ ଉପଲବ୍ଧ ରହିଛି। ଲୋକମାନେ ନିଜ ମତାମତକୁ odisha.budget@gov.in ଇ-ମେଲ୍‌ ଠିକଣା, ୯୪୩୮୧୬୧୧୧୧ ହ୍ବାଟସ୍‌ଆପ୍ ନମ୍ବରକୁ ପଠାଇପାରିବେ। ଏହା ବ୍ୟତୀତ ସାମାଜିକ ଗଣମାଧ୍ୟମ ଏକ୍ସରେ @fdodisha, ଫେସ୍‌ବୁକ୍‌ରେ @FinanceOdisha ଓ ଇନ୍‌ଷ୍ଟାଗ୍ରାମ୍‌ରେ @fdodisha ହାଣ୍ଡେଲ୍‌ ଦ୍ୱାରା ମଧ୍ୟ ପଠାଇ ପାରିବେ। ଏହି ସୁବିଧା ଜୁନ୍ ୨୦ରୁ ଜୁଲାଇ ୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅର୍ଥ ବିଭାଗ ପକ୍ଷରୁ ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ନାଗରିକ ସଂଗଠନ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ଅନୁରୋଧ କରାଯାଇଛି। ଏଥର ବଜେଟ୍‌ରେ ବିଜେପିର ନିର୍ବାଚନ ପ୍ରତିଶ୍ରୁତିର ପ୍ରତିଫଳନ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଧାନ ଏମ୍‌ଏସ୍‌ପିକୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା କରିବାକୁ ବିଜେପି ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା। ଏହା ବ୍ୟତୀତ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍‌ ଦେବାକୁ ମଧ୍ୟ କହିଥିଲା।

ଭୁବନେଶ୍ବର: ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଟି ଭି ନରେନ୍ଦ୍ରନ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଟାଟା ଷ୍ଟିଲ୍‌ର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ନରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଅବଗତ କରିଥିଲେ। ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନାର ସମ୍ପ୍ରସାରଣ କାର୍ଯ୍ୟକୁ ଜାରି ରଖିଛି। ଏହି ଅବସରରେ ମୁଖ୍ୟ ସଚିବ ପ୍ରଦୀପ ଜେନା, ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସେବା ମୁଖ୍ୟ ଚାଣକ୍ୟ ଚୌଧୁରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe