ଇ-ମେଲ୍‌ରେ ସରକାରଙ୍କୁ ପଠାଇହେବ ବଜେଟ୍‌ ପ୍ରସ୍ତାବ

ବଜେଟରେ ୫୦ରୁ ଅଧିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢାଇବାକୁ ଯୋଜନା, ମହଙ୍ଗା ହେବ ମୋବାଇଲ ଫୋନ, ଇଲେକ୍ଟ୍ରୋନିକ ସାମଗ୍ରୀ !

ନୂଆଦିଲ୍ଲୀ : ବଜେଟ୍‌କୁ ନେଇ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତ ମନରେ ଉତ୍କଣ୍ଠା ରହିଥାଏ। ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଲୋକମାନଙ୍କ ଅଧିକ ନିକଟତର କରାଇବାକୁ ସରକାର ପ୍ରୟାସ କରୁଛନ୍ତି। ଯେଉଁମାନଙ୍କ ପାଖରେ ବଜେଟ୍‌କୁ ନେଇ କିଛି ପ୍ରସ୍ତ‌ାବ କିମ୍ବା ମତାମତ ରହିଛି ତାହାକୁ ସେମାନେ ସିଧାସଳଖ ସରକାରଙ୍କ ନିକଟକୁ ପଠାଇପାରିବେ। ଚଳିତ ବର୍ଷ ସେଭଳି ବ୍ୟବସ୍ଥା କରାଯାଇଛି। ଏକ ଉତ୍ସର୍ଗୀକୃତ ଇ-ମେଲ୍ ଆଇଡି ଜାରି କରାଯିବ ଯାହା ଜରିଆରେ ଲୋକମାନେ ପ୍ରସ୍ତାବ ଦାଖଲ କରିପାରିବେ।

ପ୍ରତିବର୍ଷ ବଜେଟ୍ ପ୍ରସ୍ତୁତ କରିବା ପୂର୍ବରୁ ବିଭିନ୍ନ ବର୍ଗର ଦାବିଗୁଡ଼ିକ ବିଷୟରେ ଜାଣିବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରାକ୍ ବଜେଟ୍ ଆଲୋଚନା ଆୟୋଜନ କରାଯାଇଥାଏ। କୃଷକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ ସଂଗଠନ ଓ ନାଗରିକ ସମାଜ ସହିତ ସରକାର ଆଲୋଚନା କରି ସେମାନଙ୍କ ପରାମର୍ଶ, ପ୍ରସ୍ତାବ ଓ ଚିନ୍ତାଧାରା ବିଷୟରେ ଜାଣିବାକୁ ପ୍ରୟାସ କରନ୍ତି ଓ ତାହାକୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ବଜେଟ୍‌ରେ ସ୍ଥାନ ଦେଇଥାନ୍ତି। ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଇ-ମେଲ୍‌ ଜରିଆରେ ବଜେଟ୍ ପ୍ରସ୍ତାବ ମଗାଇବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏଥିପାଇଁ ଖୁବ୍‌ଶୀଘ୍ର ଏକ ଉତ୍ସର୍ଗୀକୃତ ଇ-ମେଲ୍‌ ଆଇଡି ଜାରି କରାଯିବ। ତାହା ଜରିଆରେ ବିଭିନ୍ନ ଅନୁଷ୍ଠାନ ଓ ବିଶେଷଜ୍ଞ ସରକାରଙ୍କୁ ବଜେଟ୍ ପ୍ରସ୍ତାବ ଓ ପରାମର୍ଶ ପଠାଇପାରିବେ।

୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ସମ୍ପର୍କିତ ଆଲୋଚନାରେ ଅଧିକ ବର୍ଗଙ୍କୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ମାଇଗଭ୍‌ରେ ଏକ ମାଇକ୍ରୋ ୱେବସାଇଟ୍‌ର ବ୍ୟବସ୍ଥା କରାଯିବ ଯାହା ଚଳିତ ମାସ ୧୫ରୁ କାର୍ଯ୍ୟକ୍ଷମ ହେବ ଓ ନଭେମ୍ବର ୩୦ ପର୍ଯ୍ୟନ୍ତ ତାହା ଖୋଲା ରହିବ। ଏହି ପୋର୍ଟାଲ୍‌ ଜରିଆରେ ବଜେଟ୍ ସମ୍ପର୍କିତ ନୂତନ ଚିନ୍ତାଧାରା ଗ୍ରହଣ କରାଯିବ। ଯେଉଁମାନେ ବଜେଟ୍‌କୁ ନେଇ କିଛି ମତାମତ କିମ୍ବା ପରାମର୍ଶ ଦେବାକୁ ଚାହୁଛନ୍ତି ସେମାନଙ୍କୁ ପ୍ରଥମେ ମାଇଁଗଭ୍‌ରେ ପଞ୍ଜୀକୃତ ହେବାକୁ ପଡ଼ିବ। ଯେଉଁ ସବୁ ପ୍ରସ୍ତାବ ଆସିବ ତାହାକୁ ନିର୍ଦିଷ୍ଟ ମନ୍ତ୍ରଣାଳୟ ଓ ବିଭାଗ ଅନୁଶୀଳନ କରିବେ। ଯଦି କୌଣସି ପ୍ରସ୍ତାବ ଉପରେ କିଛି ସ୍ପଷ୍ଟୀକରଣ ଦରକାର ପଡ଼ିବ ତେବେ ତାହାକୁ ଦାଖଲ କରିଥିବା ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍ କିମ୍ବା ଇ-ମେଲ୍ ଠିକଣାରେ ସରକାରଙ୍କ ଅଧିକାରୀମ‌ାନେ ଯୋଗାଯୋଗ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe