ବିମାନବନ୍ଦରରୁ ବିଲ୍‌ଡର ଗିରଫ

Advertisment

ଆମେରିକା ପଳାଇବାକୁ ଉଦ୍ୟମ କରୁଥିଲେ

ଆମେରିକା ପଳାଇବାକୁ ଉଦ୍ୟମ କରୁଥିଲେ

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ନୂଆଦିଲ୍ଲୀ: ଦେଶର ଏକ ଅଗ୍ରଣୀ ରିଅଲ ଇଷ୍ଟେଟ୍ ସଂସ୍ଥା ଆଇଆରଇଓର ପରିଚାଳନା ନିର୍ଦେଶକ ଲଳିତ ଗୋୟଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି। ‌ବିମାନରେ ଆମେରିକା ଯାତ୍ରା କରିବା ପୂର୍ବରୁ ତାଙ୍କୁ ଠାବ କରି ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ୨୬୦୦ କୋଟି ଟଙ୍କାର ମନି ଲଣ୍ଡରିଂ କରିଥିବା ଅଭିଯୋଗ ରହିଛି। ଘର କିଣିବା ଲାଗି ଗ୍ରାହକମାନେ ଯେଉଁ ଟଙ୍କା ଦେଇଥିଲେ ତାହାକୁ ସେ ହେରଫେର କରିଥିବା କୁହାଯାଉଛି। ତେବେ ସବୁ ଅଭିଯୋଗକୁ ଗୋୟଲ ଓ ତାଙ୍କ ଆଇନଜୀବୀ ଖଣ୍ଡନ କରିଛନ୍ତି। ଆର୍ଥିକ ଅପରାଧରେ ଜଡ଼ିତ ଥିବା ଗୋୟଲଙ୍କ ବିରୋଧରେ ଇଡି ପକ୍ଷରୁ ପୂର୍ବରୁ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରାଯାଇଥିଲା।

ସେ ଏକ ବିମାନରେ ଆମେରିକା ଯିବାକୁ ଉଦ୍ୟମ କରୁଥିବା ବେଳେ ମଙ୍ଗଳବାର ସକାଳ ପ୍ରହରରେ ତାଙ୍କୁ ଗିରଫ କରାଯାଇଥିଲା। ଗତ କିଛି ଦିନ ଧରି ତାଙ୍କୁ ବହୁ ବାର ପଚରାଉଚୁରା କରାଯାଇଥିଲା। କିନ୍ତୁ ‌ସେ ତଦନ୍ତରେ ସହଯୋଗ କରୁନଥିଲେ। ସେଥିପାଇଁ ତାଙ୍କୁ ଗିରଫ କରିବା ଜରୁରୀ ହୋଇପଡ଼ିଥିଲା। ଇଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମରିସସ୍ ଓ ବ୍ରିଟିଶ ଭର୍ଜିନ୍ ଦ୍ବୀପ ଭଳି ଟିକସ ଠକେଇରେ ସାହାଯ୍ୟ କରୁଥିବା ସ୍ଥାନରେ ଗଠନ ‌କରାଯାଇଥିବା ସଂସ୍ଥା ଜରିଆରେ ଗ୍ରାହକଙ୍କ ଟଙ୍କାକୁ ଗୋୟଲ ହେରଫେର କରୁଥିଲେ। ଜାଲ୍ କଂପାନି ଜରିଆରେ ପାଣ୍ଠି ନେଣଦେଣ କରୁଥିଲେ। ତାଙ୍କ ନାମ ପାଣ୍ଡୋରା ପେପର୍ସ ଲିକ୍‌ରେ ମଧ୍ୟ ରହିଛି। ବୈଦେଶିକ ମୁଦ୍ରା ବିନିମୟ ନିୟମ (ଫେମା) ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୦୧୦ରୁ ଆଇଆର୍‌ଇଓ ବିରୋଧରେ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe