ଏକତରଫା ଚୁକ୍ତି ମାନିବାକୁ ବିଲ୍‌ଡର୍‌ ବାଧ୍ୟ କରିପାରିବେନି

Advertisment
ବିଲ୍‌ଡରଙ୍କୁ ଏନ୍‌ସିଡିଆର୍‌ସି ଝଟ୍‌କା: ସଂପୂର୍ଣ୍ଣ ହୋଇ ନଥିବା ଘର ନେବାକୁ କ୍ରେତାଙ୍କୁ ବାଧ୍ୟ କରାଯାଇ ପାରିବନି

Representational Picture

ନୂଆଦିଲ୍ଲୀ,: ବିଲ୍‌ଡର୍‌ମାନେ ନିଜକୁ ସୁହାଇବା ଭଳି ପ୍ରସ୍ତୁତ କରିଥିବା ଏକତରଫା ରାଜିନାମା କିମ୍ବା ଚୁକ୍ତିକୁ ମାନିବାକୁ ଗ୍ରାହକମାନଙ୍କୁ ବାଧ୍ୟ କରିପାରିବେ ନାହିଁ। ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି।
ମାମଲାଟି ହେଉଛି ଏହିଭଳି। ଗୁରୁଗ୍ରାମର ସେକ୍ଟର ୬୨ରେ ଏକ ବିଲ୍‌ଡର୍‌ ସଂସ୍ଥା ଆବାସିକ ପ୍ରକଳ୍ପ ଘୋଷଣା କରିଥିଲା ଏବଂ ଗ୍ରାହକମାନଙ୍କ ସହିତ ୨୦୧୨ରେ ରାଜିନାମା ସ୍ବାକ୍ଷର କରିଥିଲା। ଗ୍ରାହକମାନେ ମୋଟ ୪ କୋଟି ୮୩ ଲକ୍ଷ ୨୫ ହଜାର ଟଙ୍କା ପେମେଣ୍ଟ୍‌ କରିଥିଲେ। ଚୁକ୍ତିରେ ଉଲ୍ଲେଖ ଥିଲା ୩୯ ମାସ ଭିତରେ ବିଲ୍‌ଡର୍‌ ଓସି ପାଇଁ ଆବେଦନ କରିବ ଏବଂ ୬ ମାସର ଗ୍ରେସ୍‌ ଅବଧି ପରେ ଘର ହସ୍ତାନ୍ତର କରିବ। ଏହି ସମୟ ସୀମା ୨୦୧୬ ମାର୍ଚରେ ଶେଷ ହେଉଥିଲା। ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ ବିଲ୍‌ଡର୍‌ ସଂସ୍ଥା ଠିକ୍ ସମୟରେ ଓସି ପାଇଁ ଆବେଦନ କରିନଥିଲା। ଚୁକ୍ତିକୁ କଂପାନି ନିଜକୁ ସୁହାଇବା ଭଳି ପ୍ରସ୍ତୁତ କରିଥିଲା। ସେଥିରେ ଲେଖାଯାଇଥିଲା ଯେ, ଯଦି ପେମେଣ୍ଟ୍‌ ଦେବାରେ ଗ୍ରାହକ ବିଳମ୍ବ କରିବେ ତେବେ ୧୮% ସୁଧ ଦେବେ। ଯଦି ବିଲ୍‌ଡର୍‌ ଠିକ୍ ସମୟରେ ଘର ଦେଇନପାରିବ ତେବେ ଗ୍ରାହକଙ୍କୁ ଆଉ ୧୨ ମାସ ଅପେକ୍ଷା କରିବାକୁ ପଡ଼ିବ। ଯଦି ରିଫଣ୍ଡ୍‌ ଭଳି ପରିସ୍ଥିତି ସୃଷ୍ଟି ହେବ ତେବେ ବିଲଡର୍‌ କେବଳ ମୂଳଧନ ଫେରାଇବ। ସେଥିରେ ଅଧିକ ବିଳମ୍ବ ହେଲେ କଂପାନି ୯% ସୁଧ ସହ ଟଙ୍କା ଫେରାଇବ। ଚୁକ୍ତି‌ରେ ଏଭଳି ସର୍ତ୍ତକୁ ଏକତରଫା କହିବା ସହିତ ତାହାକୁ ମାନିବାକୁ ଗ୍ରାହକମାନେ ବାଧ୍ୟ ନୁହନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗ୍ରାହକମାନଙ୍କୁ ଟଙ୍କାକୁ ସୁଧ ସମେତ ଫେରସ୍ତ କରିବାକୁ କଂପାନିକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe