ଚୋରମାନେ ଘରେ ପଶିବା ମାତ୍ରେ ଅଟୋମେଟିକ୍ ଅନ୍ ହେବ ଲାଇଟ୍, ଆପଣାନ୍ତୁ ଏହି ଉପାୟ...

Advertisment

ଘରେ କେହି ନଥିଲା ବେଳେ ଚୋରମାନେ କିପରି ଚୋରି କରନ୍ତି ଆପଣମାନେ ଅନେକ ମାମଲା ନିଶ୍ଚୟ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଚୋରଠୁ ସୁରକ୍ଷା ପାଇବା ପାଇଁ ଏକ ସ୍ୱତନ୍ତ୍ର ଗ୍ୟାଜେଟ୍ ବିଷୟରେ କହିବାକୁ ଯାଉଛୁ ।

ଘରେ କେହି ନଥିଲା ବେଳେ ଚୋରମାନେ କିପରି ଚୋରି କରନ୍ତି ଆପଣମାନେ ଅନେକ ମାମଲା ନିଶ୍ଚୟ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଚୋରଠୁ ସୁରକ୍ଷା ପାଇବା ପାଇଁ ଏକ ସ୍ୱତନ୍ତ୍ର ଗ୍ୟାଜେଟ୍ ବିଷୟରେ କହିବାକୁ ଯାଉଛୁ ।

q434

ନୂଆଦିଲ୍ଲୀ: ଘରେ କେହି ନଥିଲା ବେଳେ ଚୋରମାନେ କିପରି ଚୋରି କରନ୍ତି ଆପଣମାନେ ଅନେକ ମାମଲା ନିଶ୍ଚୟ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଚୋରଠୁ ସୁରକ୍ଷା ପାଇବା ପାଇଁ ଏକ ସ୍ୱତନ୍ତ୍ର ଗ୍ୟାଜେଟ୍ ବିଷୟରେ କହିବାକୁ ଯାଉଛୁ । ଆମେ ଆପଣଙ୍କୁ ଏଠାରେ ସେନ୍ସର ବଲ୍ୱ ବିଷୟରେ କହିବାକୁ ଯାଉଛୁ, ଯାହା ଅଟୋମେଟିକ୍ ଅନ୍ ଏବଂ ଅଫ୍ ହୋଇଥାଏ । ଆପଣ ଏହି ବଲ୍ୱକୁ ବଜାରରୁ ସହଜରେ କିଣିବାକୁ ସକ୍ଷମ ହେବେ ।

ବଜାରରେ ମୋସନ୍ ସେନ୍ସର ନାମକ ବଲ୍ୱ କିମ୍ବା ଲାଇଟ୍ ଉପଲବ୍ଧ ହେଉଛି । ଏହି ବଲ୍ୱକୁ ଆପଣ ଅନଲାଇନ୍ କିମ୍ବା ଅଫଲାଇନରେ ସହଜରେ କିଣିପାରିବେ । ମୋସନ୍ ସେନ୍ସର ବଲ୍ୱଗୁଡ଼ିକ ଅଟୋମେଟିକ୍ ଅନ୍ ଏବଂ ଅଫ୍ ହୋଇଥାଏ । ମୋସନ୍ ସେନ୍ସର ବଲ୍ୱ ଲାଗିଥିବା ପରିସରରେ ଯଦି କୌଣସି କାର୍ଯ୍ୟକଳାପ ହୁଏ ତେବେ ବଲ୍ୱଟି ଟ୍ରାକ୍ କରିନିଏ, ତାପରେ  ଅଟୋମେଟିକ୍ ଅନ୍ ହୋଇଯାଏ । ଏହି ବଲ୍ୱକୁ ଘରର କେଉଁ କୋଣରେ ବ୍ୟବହାର କରାଯାଇପାରିବ । ଆପଣ ଏହାକୁ ନିଜ ଘରର ବାଥରୁମ, ବାଲକୋନୀ କିମ୍ବା ଷ୍ଟୋର ରୁମରେ ଲଗାଇ ପାରିବେ । କୌଣସି ଚୋର ଘରେ ପଶିବା ମାତ୍ରେ ଏହି ମୋସନ୍ ସେନ୍ସର ବଲ୍ୱ ଅଟୋମେଟିକ୍ ଅନ୍ ହୋଇଯିବ । 

ମୋସନ୍ ସେନ୍ସର ସହିତ ଆସୁଥିବା ଏହି ବଲ୍ୱଗୁଡ଼ିକ ମାତ୍ର ୧୭୯ ଟଙ୍କାରୁ ଆରମ୍ଭ ହୋଇଥାଏ । ଇ-କମର୍ସରୁ ଏହି ସୂଚନା ଜାରି କରାଯାଇଛି । ଆପଣ ନିକଟ ବଜାରରୁ କିମ୍ବା ଇ-କମର୍ସରୁ ଏହି ବଲ୍ୱ କିଣିପାରିବେ । ଅନେକଥର ଆପଣ ଲାଇଟ୍ ବନ୍ଦ କରିବା ପାଇଁ ଭୁଲିଯାଇଥାନ୍ତି କିନ୍ତୁ ଏହି ବଲ୍ୱରେ ଅଟୋମେଟିକ୍ ଅନ୍ ଏବଂ ଅଫର ଫିଚର ରହିଥିବାରୁ ଘରର ଲାଇଟ୍ ଅନବାଶ୍ୟକ ଜଳିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe