ପ୍ୟାକେଜ୍ ଦାବି କଲା ବ୍ୟବସାୟୀ ମହାସଂଘ: ଘର ଭଡ଼ା, କର୍ମଚାରୀଙ୍କ ବେତନରେ ରିହାତି ସମେତ ୫୦ ଲକ୍ଷ ଟଙ୍କାର ବୀମା ଦିଅ

ପ୍ୟାକେଜ୍ ଦାବି କଲା ବ୍ୟବସାୟୀ ମହାସଂଘ: ଘର ଭଡ଼ା, କର୍ମଚାରୀଙ୍କ ବେତନରେ ରିହାତି ସମେତ ୫୦ ଲକ୍ଷ ଟଙ୍କାର ବୀମା ଦିଅ

France 24

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ବ୍ୟବସାୟୀ ମହାସଂଘ ଏବେ କରୋନା ପୀଡ଼ିତ ଅର୍ଥନୀତିକୁ ସେବା ଯୋଗାଉଛି। ନିଜର ଜୀବନକୁ ବିପଦରେ ପକାଇ ସେମାନେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଛନ୍ତି। କିନ୍ତୁ କରୋନା ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ବ୍ୟବସାୟୀମାନେ ବହୁମାତ୍ରାରେ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ଠାରୁ ପ୍ୟାକେଜ ନମିଳିବେ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଠିଆ ହେବା ସମ୍ଭବପର ନୁହେଁ ବୋଲି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ କହିଛି। ଭାରତୀୟ ବ୍ୟବସାୟୀ ମହାସଂଘର ସଭାପତି ବି ସି ଭରତିଆ ଏବଂ ମହାସଚିବ ପ୍ରବୀଣ ଖଣ୍ଡେଲୱାଲଙ୍କ କହିବାନୁଯାୟୀ ଦେଶରେ ପାଖାପାଖି ୭ କୋଟି ଛୋଟ, ମଧ୍ୟମ ଏବଂ ବଡ଼ ବ୍ୟବସାୟୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧ କୋଟି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସାୟ କରୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ମାତ୍ର ୨୦ରୁ ୨୫ ପ୍ରତିଶତ ବ୍ୟବସାୟୀ ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କୁ ସେବା ଯୋଗାଇ ପାରୁଛନ୍ତି। ନିଜର ଏବଂ ନିଜ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାଇ ସେମାନେ ଲୋକଙ୍କୁ ସେବା ପ୍ରଦାନ କରି ଆସୁଛନ୍ତି। ଅତୀତରେ ଦେଖାଦେଇଥିବା ସଙ୍କଟ ସମୟରେ ‌ଏମାନେ ଦେଶ ସହିତ ଛିଡ଼ା ହୋଇଛନ୍ତି ଏବଂ ଏବେ ମଧ୍ୟ ତାହାକୁ ପୁନର୍ବାର ପ୍ରମାଣିତ କରିଛନ୍ତି। ବଡ଼ ବଡ଼ ବହୁଦେଶୀୟ କମ୍ପାନି ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କୁ ସେବା ଯୋଗାଇବାରେ‌ ବିଫଳ ହୋଇଥିବାବେଳେ ସେମାନେ ଲୋକଙ୍କ ନିକଟରେ ଛିଡ଼ା ହୋଇଛନ୍ତି।

କିନ୍ତୁ ଦେଶରେ ଲକ୍‌ଡାଉନ ଯୋଗୁଁ ଏବେ ସାଢ଼େ ୬ କୋଟିରୁ ଅଧିକ ଦୋକାନରେ ତାଲା ପଡ଼ିଛି। ସେମାନଙ୍କ ପାଖରେ ଏବେ ଅର୍ଥ ମଧ୍ୟ ନାହିଁ। ଏପରିକି ଦୀର୍ଘଦିନ ପର୍ଯ୍ୟନ୍ତ ସେମାନେ କିଛି ରୋଜଗାର କରିପାରିବେ ନାହିଁ। ଋଣ କିସ୍ତି ପରିଶୋଧକୁ ଘୁଞ୍ଚାଇବାଠାରୁ ଆରମ୍ଭ କରି ସରକାରା ଯଦିଓ ଅନ୍ୟ କେତେକ ପଦକ୍ଷେପ ଘୋଷଣା କରିଛନ୍ତି କିନ୍ତୁ ଉପଯୁକ୍ତ ପ୍ୟାକେଜ ନମି‌ଳିଲେ ଏସବୁ ପଦକ୍ଷେପ ଯଥେଷ୍ଟ ହେବନାହିଁ ବୋଲି ଶ୍ରୀ ଭରତିଆ ଏବଂ ଶ୍ରୀ ଖଣ୍ଡେଲୱାଲ କହିଛନ୍ତି। ତେଣୁ ସରକାର ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ସହିତ ବ୍ୟବସାୟୀ ସଂଘର ଦାବି ପୂରଣ କରନ୍ତୁ ବୋଲି ସେମାନେ କହିଛନ୍ତି। ଲକହାଉନ ଅବଧି ପାଇଁ ସବୁ ପ୍ରକାର ଋଣ ଉପରେ ସୁଧ ଛାଡ଼, ୩ ମାସ ପାଇଁ ସମସ୍ତ ପ୍ରକାର ଟିକସ ପୈଠକୁ ଘୁଞ୍ଚାଇବା, ଦୋକାନର ସର୍ବାଧିକ ଭଡ଼ାକୁ ୨୫ରୁ ୩୫ ପ୍ରତିଶତ ମଧ୍ୟରେ ସୀମିତ ରଖିବା, ଲକଡାଉନ୍ ଅବଧିରେ କର୍ମଚାରୀଙ୍କ ବେତନ ବୋଝକୁ କମାଇବା ପାଇଁ ଦାବି କରିଛି। ସରକାର କର୍ମଚାରୀମାନଙ୍କ ସମସ୍ତ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଛୋଟ ବ୍ୟବସାୟୀଙ୍କୁ କୌଣସି ରିହାତି ଦିଆଯାଇନାହିଁ। ସେମାନେ ସେମାନଙ୍କର ସମସ୍ତ ପ୍ରକାର ବ୍ୟୟକୁ ବହନ କରିବାକୁ ପଡ଼ୁଛି। ତେଣୁ ସରକାର ଏଭଳି ଏକ ସୂତ୍ର ବାହାର କରନ୍ତୁ ଯାହାଦ୍ବାରା କର୍ମଚାରୀମାନଙ୍କୁ ବ୍ୟବସାୟୀମାନେ ବେତନ ଦେବା ସହିତ ନିଜେ ବଞ୍ଚିପାରିବେ। ଏଥିସହିତ ଲକଡାଉନ୍‌ ଅବଧିରେ ବ୍ୟାଙ୍କ ଗୁଡ଼ିକ ବ୍ୟବସାୟୀମାନଙ୍କ ସବୁ ପ୍ରକାର ଋଣ ଉପରୁ ସୁଧ ଛାଡ଼ କରିବା, ସବୁ୍ପ୍ରକାର ଟିକସ ପୈଠକୁ ୩ ମାସ ଘୁଞ୍ଚାଇବା, ଭଡ଼ାର ସର୍ବୋଚ୍ଚ ସୀମାକୁ ୨୫ରୁ ୩୫ ପ୍ରତିଶତ ମଧ୍ୟରେ ଧାର୍ଯ୍ୟ କରିବା, କର୍ମଚାରୀଙ୍କ କେତେମାତ୍ରାରେ ବେତନ ପ୍ରଦାନ କରାଗଲେ ଉଭୟ ବ୍ୟବସାୟୀ ଓ କର୍ମଚାରୀ ବଞ୍ଚିପାରିବେ ତାହାର ଫର୍ମୁଲା ବାହାର କରିବା ପାଇଁ ସଂଘ ଦାବି କରିଛି। ବ୍ୟବସାୟୀମାନଙ୍କୁ ସରକାର ପ୍ରଦାନ କରିବାକୁ ଥିବା ଅର୍ଥକୁ ଧାର୍ଯ୍ୟ ୪୫ ଦିନ ମଧ୍ୟରେ ଦେବା, ଜିଏସଟି ଏବଂ ଆୟକର ଫେରସ୍ତ ବାବଦ ଅର୍ଥକୁ ତୁରନ୍ତ ଫେରାଇବା, କରୋନା ପାଇଁ ଆଗ ଧାଡ଼ିରେ ରହି ଲଢ଼େଇ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସରକାର ଯେଭଳି ୫୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେବାକୁ ଘୋଷଣା କରିଛନ୍ତି ପାଇକାରୀ, ଖୁଚୁରା ବ୍ୟବସାୟୀ ଏବଂ ସେମାନଙ୍କ କର୍ମଚାରୀମାନଙ୍କୁ ମଧ୍ୟ ତାହା ପ୍ରଦାନ କରିବା ଲାଗି ସଂଘ ଦାବି କରିଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe