ଘରୋଇ ସଂସ୍ଥା କିଣିନେଲେ ଗହମ, ସରକାରୀ ସଂଗ୍ରହ ୫୩% ହ୍ରାସ

Advertisment
ଘରୋଇ ସଂସ୍ଥା କିଣିନେଲେ ଗହମ, ସରକାରୀ ସଂଗ୍ରହ ୫୩% ହ୍ରାସ

Image Courtesy of ABP News

ନୂଆଦିଲ୍ଲୀ: ରପ୍ତାନିରୁ ଅଧିକ ଆୟର ସମ୍ଭାବନା ଥିବାରୁ ଘରୋଇ ସଂସ୍ଥାଗୁଡ଼ିକ ଏଥର ଚାଷୀମାନଙ୍କଠାରୁ ଅଧକ ଗହମ କିଣିନେଇଛନ୍ତି। ସେଥିପାଇଁ ସରକାରୀ ସଂଗ୍ରହ ପ୍ରାୟ ଅଧା କମିଯାଇଛି। ଗହମ ଉତ୍ପାଦନକାରୀ ରାଜ୍ୟ ଯଥା ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ସରକାରୀ ସଂଗ୍ରହ ଏବେବି ନିମ୍ନ ସ୍ତରରେ ରହିଛି। ଗତବର୍ଷ ପଞ୍ଜାବରୁ ୧୩୨ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ୯୬ ଲକ୍ଷ ଟନ୍ ହିଁ ସଂଗ୍ରହ କରାଯାଇପାରିଛି। ସେହିପରି, ହରିୟାଣାରେ ଗତବର୍ଷ ୮୦ ଲକ୍ଷ ଟନ୍ ସଂଗ୍ରହ କରାଯାଇଥିବା ବେଳେ ଏବର୍ଷ ୪୦ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଛି। ମଧ୍ୟପ୍ରଦେଶରେ ଗହମ ସଂଗ୍ରହ ବର୍ଷକ ଭିତରେ ୧୧୮ ଲକ୍ଷ ଟନ୍‌ରୁ ୪୨ ଲକ୍ଷ ଟନ୍‌କୁ ହ୍ରାସ ପାଇଛି। ଉତ୍ତରପ୍ରଦେଶରେ ମାତ୍ର ୨.୬୪ ଲକ୍ଷ ଟନ୍ ଗହମ ସଂଗ୍ରହ ହୋଇପାରିଛି। ଗତବର୍ଷ ଏହି ରାଜ୍ୟରୁ ୩୩ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଥିଲା। ରାଜସ୍ଥାନରେ ଗହମ ସଂଗ୍ରହ ୧୬ ଲକ୍ଷ ଟନ୍‌ରୁ ହ୍ରାସ ପାଇ ୧,୦୧୦ ଟନ୍‌ରେ ପହଞ୍ଚିଛି। ରବି ମାର୍କେଟିଂ ବର୍ଷ ଏପ୍ରିଲ୍‌ରୁ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି। କିନ୍ତୁ ଅଧିକାଂଶ ସଂଗ୍ରହ ଜୁନ୍‌ ସୁଦ୍ଧା ଶେଷ ହୋଇଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe