ଫେବ୍ରୁଆରି ପର୍ଯ୍ୟନ୍ତ ୬୦% ବିମାନ ଉଡ଼ିବ

Advertisment
ଫେବ୍ରୁଆରି ପର୍ଯ୍ୟନ୍ତ ୬୦% ବିମାନ ଉଡ଼ିବ

Image Courtesy of Hindustan Times

ନୂଆଦିଲ୍ଲୀ: ଦେଶ ଭିତରେ ଯାତ୍ରୀ ପରିବହନ ସେବା ପ୍ରଦାନ କରୁଥିବା ବିମାନ କଂପାନିଗୁଡ଼ିକ ଆସନ୍ତା ବର୍ଷ ଫେବ୍ରୁଆରି ୨୪ ପର୍ଯ୍ୟନ୍ତ କରୋନା ମହାମାରୀ ପୂର୍ବ ସମୟ ତୁଳନାରେ ୬୦ ପ୍ରତିଶତ ବିମାନ ଚଲାଇପାରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଆଜି ଏହି ଘୋଷଣା କରାଯାଇଛି। କରୋନା ମହାମାରୀର ମୁକାବିଲା ଦେଶରେ ଗତ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ବିମାନ ସେବା ଉପରେ କଟକଣା ଜାରି କରାଯାଇଥିଲା। ଦୁଇ ମାସ ବ୍ୟବଧାନ ପରେ ମେ’ ୨୫ରେ ଦେଶ ଭିତରେ ବିମାନ ଉଡ଼ାଣ ଆରମ୍ଭ କରିବା ଅନୁମତି ଦିଆଯାଇଥିଲା। ସେହି ସମୟରେ କରୋନା ପୂର୍ବବର୍ତୀ ସମୟର ୩୩% ବିମାନ ଉଡ଼ାଣ ଆରମ୍ଭ କରିବାକୁ କଂପାନିଗୁଡ଼ିକୁ କୁହାଯାଇଥିଲା। ଜୁନ୍‌ରେ ସେହି ସୀମାକୁ ୪୫%କୁ ବୃଦ୍ଧି କରାଯିବା ପରେ ସେପ୍ଟେମ୍ବର ୨ରେ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ବିମାନ ଚଳାଚଳକୁ ନେଇ ୬୦ ପ୍ରତିଶତର ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ତାହା ଆସନ୍ତା ବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ବଳବତ୍ତର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe