କ୍ୟ‌ାବିନେଟ୍ ନିଷ୍ପତ୍ତି, ବ୍ରହ୍ମପୁରରେ ହେବ ଆଇଜର୍‌ ସ୍ଥାୟୀ କ୍ୟାମ୍ପସ୍

Advertisment
ରାଜ୍ୟସଭାରେ ଆପ୍‌ ସାଂସଦଙ୍କ ବିବୃତି: ୮ ବର୍ଷରେ ୩୦୦୦ ବିରୋଧୀ ନେତାଙ୍କ ଘରେ ଇଡି ଚଢ଼ଉ କରିଛି

Image Courtesy of Indian Express

ନୂଆଦିଲ୍ଲୀ: ଓଡ଼ିଶାର ବ୍ରହ୍ମପୁର ଏବ˚ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବ˚ ଗବେଷଣା ସ˚ସ୍ଥାନ (ଆଇଜର)ର ଦୁଇଟି ନୂତନ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥିପାଇଁ ୩୦୭୪.୧୨ କୋଟି ଟଙ୍କା ଖର୍ଚ ହେବ। ଆଇଜର୍‌ ବ୍ରହ୍ମପୁରରେ ୧୫୮୨.୭୮ କୋଟି ଟଙ୍କା ଖର୍ଚ ହେବ। ପ୍ରତ୍ୟେକ ଆଇଜରରେ ସପ୍ତମ ସିପିସିର ୧୪ତମ ସ୍ତରରେ ଦୁଇଟି ରେଜିଷ୍ଟ୍ରାର ପଦବୀ ସୃଷ୍ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଉଭୟ ଆଇଜର ୧,୧୭,୦୦୦ ବର୍ଗମିଟର କ୍ଷେତ୍ରରେ ନିର୍ମିତ ହେବ ଏବ˚ ପ୍ରତ୍ୟେକ ଆଇଜରରେ ୧୮୫୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଭିତିଭୂମି ସୁବିଧା ରହିବ। ଡିସେମ୍ବର ୨୦୨୧ ସୁଦ୍ଧା ଏହି ସ˚ସ୍ଥାନଗୁଡ଼ିକର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଶେଷ ହେବ। ୨୦୧୫ରେ ଆଇଜର୍‌ ବ୍ରହ୍ମପୁରର ପ୍ରତିଷ୍ଠା ହୋଇଥିଲା।

ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍‌
ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷ (୨୦୧୭-୧୮) ପାଇଁ ରେଳ କର୍ମଚାରୀମାନଙ୍କୁ ୭୮ ଦିନର ‌ଉତ୍ପାଦନ ଭିତ୍ତିକ ବୋନସ୍ ମିଳିବ। ଆଜି କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୋନସ୍‌ ପ୍ରଦାନ ବାବଦରେ ଭାରତୀୟ ରେଳର ଅତିରିକ୍ତ ୨୦୪୪.୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ନିଷ୍ପିତ୍ତ ଦ୍ବାରା ପାଖାପାଖି ୧୧.୯୧ ଲକ୍ଷ ଅଣ ଗେଜେଟେଡ ରେଳ କର୍ମଚାରୀ ଲାଭାନ୍ବିତ ହେବେ।

ପ୍ରତିଷ୍ଠା ହେବ ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବ˚ ତାଲିମ ପ୍ରତିଷ୍ଠାନ
ନୂଆଦିଲ୍ଲୀ: ଜାତୀୟ ଧନ୍ଦାମୂଳକ ତାଲିମ ପରିଷଦ (ଏନସିଭିଟି) ଏବ˚ ଜାତୀୟ ଦକ୍ଷତା ବିକାଶ ଏଜେନ୍ସି (ଏନଏସଡିଏ)କୁ ମିଶାଇ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ସ୍ଥାପନ କରାଯିବ। ଆଜି କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଦୀର୍ଘକାଳୀନ ଏବ˚ ସ୍ବଳ୍ପକାଳୀନ ଉଭୟ ପ୍ରକାରର ଧନ୍ଦାମୂଳକ ଶିକ୍ଷା ଏବ˚ ତାଲିମ କାର୍ଯ୍ୟରେ ନିୟୋଜିତ ସ˚ସ୍ଥାମାନଙ୍କ କାର୍ଯ୍ୟକୁ ନିୟମିତ କରିବା ଏବ˚ ଏସବୁ ସ˚ସ୍ଥାର ସର୍ବନିମ୍ନ ମାନକ ପ୍ରସ୍ତୁତ କରିବା ପାଇଁ ଏହି ସଂସ୍ଥା କାର୍ଯ୍ୟ କରିବ। ଜଣେ ଅଧ୍ୟକ୍ଷଙ୍କ ହାତରେ ପରିଷଦର ନେତୃତ୍ବ ରହିବ ଏବ˚ ସେଥରେ କାର୍ଯ୍ୟକାରୀ ଏବ˚ ଅଣ-କାର୍ଯ୍ୟକାରୀ ସଦସ୍ୟ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe