ଭାରତ ପେଟ୍ରୋଲିୟମ୍ ବିକ୍ରି ପ୍ରସ୍ତାବରେ ମୋହର

Advertisment

କ୍ୟାବିନେଟ୍‌ ନିଷ୍ପତ୍ତି

କ୍ୟାବିନେଟ୍‌ ନିଷ୍ପତ୍ତି

ଭାରତ ପେଟ୍ରୋଲିୟମ୍ ବିକ୍ରି ପ୍ରସ୍ତାବରେ ମୋହର

NDTV.com

ନୂଆଦିଲ୍ଲୀ : ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍‌ (ବିପିସିଏଲ୍‌)ରେ ଥିବା ସରକାରୀ ଅଂଶଧନ ବିକ୍ରି କରିବା ପ୍ରସ୍ତାବକୁ କ୍ୟାବିନେଟ୍‌ର ନୀତିଗତ ମଞ୍ଜୁରି ମିଳିଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ‌େବୖଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ତେବେ ଆସାମର ନୁମାଲିଗଡ଼ ଠାରେ କଂପାନିର ଯେଉଁ ବିଶୋଧନାଗାର ରହିଛି ତାହାକୁ ବିକ୍ରି କରାଯିବ ନାହିଁ ବୋଲି ନିର୍ମଳା ସ୍ପଷ୍ଟ କରିଦେଇଛନ୍ତି। ନୁମାଲିଗଡ଼ ଠାରେ ଥିବା ବିଶୋଧନାଗାରରେ ବିପିସିଏଲ୍‌ର ୬୧% ଅଂଶଧନ ରହିଛି। ତାହାକୁ ଅନ୍ୟ ସରକାରୀ କଂପାନିକୁ ହସ୍ତାନ୍ତର କରାଯିବ। ଭାରତ ପେ‌ଟ୍ରୋଲିୟମ୍ ବ୍ୟତୀତ ଅନ୍ୟ ଚାରିଟି ସରକାରୀ ସଂସ୍ଥାରୁ ମଧ୍ୟ ପୁଞ୍ଜି ପ୍ରତ୍ୟାହାର ହେବ। ସେହି ସଂସ୍ଥାଗୁଡ଼ିକ ହେଉଛି ସିପିଙ୍ଗ୍‌ କର୍ପୋରେସନ୍ ଅଫ୍‌ ଇଣ୍ଡିଆ, କଣ୍ଟେନର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଟିଏଚ୍‌ଡିସିଆଇଏଲ୍‌ ଓ ଏନ୍‌ଇଇପିସିଓ।

କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସରକାରୀ ଅଂଶଧନ ପରିମାଣକୁ ୫୧%ରୁ କମ୍ କରିବାକୁ ମଧ୍ୟ ଆଜି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଭଳି କଂପାନି ତାଲିକାରେ ଭାରତୀୟ ତୈଳ ନିଗମର ନାମ ରହିଛି। ଏହି ସଂସ୍ଥାଗୁଡ଼ିକରେ ସରକାରୀ ଅଂଶଧନ ପରିମାଣ ଯଦିଓ ୫୧%ରୁ କମ୍ ହେବ କିନ୍ତୁ ତାହା ସରକାରଙ୍କ ମାଲିକାନାରେ ହିଁ ରହିବ। କଂପାନି କର୍ତ୍ତୃପକ୍ଷଙ୍କ ମାଲିକାନା ସରକାରଙ୍କ ପାଖରେ ରହିବ। ଏବେ ଭାରତୀୟ ତୈଳ ନିଗ‌ମରେ ସରକାରଙ୍କ ଅଂଶଧନ ପରିମାଣ ୫୧.୫ ପ୍ରତିଶତ ଥିବା ବେଳେ ବଳକା ୨୫.୯ ପ୍ରତିଶତ ଅଂଶଧନ ଏଲ୍‌ଆଇସି, ଓଏନ୍‌ଜିସି ଓ ଅଏଲ୍‌ ଇଣ୍ଡିଆ ପାଖରେ ରହିଛି। କଂପାନିର ୨୬.୪ ପ୍ରତିଶତ ଅଂଶଧନକୁ ୩୩ ହଜାର କୋଟି ଟଙ୍କାରେ ବିକ୍ରି କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe