କାଫେ କଫି ଡେ’ର ୨୮୦ ଷ୍ଟୋର୍‌ ବନ୍ଦ

Advertisment
କୋରାପୁଟରୁ ଟାଟା କିଣିଲା ‘କଫି’, ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବ କଂପାନି

thebridgeservices.ca

ନୂଆଦିଲ୍ଲୀ: ଚଳିତ ବର୍ଷର ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ସାରା ଦେଶରେ କାଫେ କଫି ଡେ’ର ୨୮୦ଟି ଷ୍ଟୋର୍‌ ବନ୍ଦ ହୋଇଛି। ଲାଭ କମ୍ ହେବା ଏବଂ ଭବିଷ୍ୟତରେ ଖର୍ଚ୍ଚ ବଢ଼ିବାର ଆଶଙ୍କା ଥିବାରୁ କଂପାନି ଏହି ଷ୍ଟୋର୍‌ଗୁଡ଼ିକୁ ବନ୍ଦ କରିଥିବା ଜଣାଇଛି। ଏହି ଷ୍ଟୋର୍‌ଗୁଡ଼ିକ ବନ୍ଦ ହେବ‌ା ପରେ ଦେଶରେ ଏବେ କାଫେ କଫି ଡେ’ର ଆଉ ୧୪୮୦ଟି ଷ୍ଟୋର୍‌ ରହିଛି। ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରଠାରୁ କଂପାନିର ଷ୍ଟୋର୍‌ଗୁଡ଼ିକରେ ‌ଦୈନିକ ବିକ୍ରି ମଧ୍ୟ ହ୍ରାସ ପାଇଛି। ପୂର୍ବରୁ ପ୍ରତି ଷ୍ଟୋର୍‌ରେ ଦୈନିକ ହାରାହାରି ୧୫, ୭୩୯ ଟଙ୍କାର କାରବାର ହେଉଥିଲା। ଏବେ ସେହି ପରିମାଣ ୧୫,୪୪୫ ଟଙ୍କାକୁ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe