ସିଏଜି ଧରିଲେ ନକଲି ଆଧାର: ବାୟୋମେଟ୍ରିକ୍‌ ଡାଟାର ମାନ ଦୁର୍ବଳ, ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ ଆଧାର

Advertisment

ଅସମ୍ପୂର୍ଣ୍ଣ ତଥ୍ୟ ସତ୍ତ୍ବେ ଦିଆଯାଇଛି ନମ୍ବର

ଅସମ୍ପୂର୍ଣ୍ଣ ତଥ୍ୟ ସତ୍ତ୍ବେ ଦିଆଯାଇଛି ନମ୍ବର

୩୧ ସୁଦ୍ଧା ପାନ୍‌-ଆଧାର ଲିଙ୍କ୍‌ କର: ସେବି

Digit Insurance

ନୂଆଦିଲ୍ଲୀ: ଆଧାର କାର୍ଡ ଜାରି କରୁଥିବା ସଂସ୍ଥା ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କ ବହୁ ତ୍ରୁଟି ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ। ଏହି ସଂସ୍ଥାର କାର୍ଯ୍ୟଧାରା ଉପରେ ୧୦୮ ପୃଷ୍ଠାର ଅଡିଟ ରିପୋର୍ଟ ଉପସ୍ଥାପନ କରି ସିଏଜି ଜଣାଇଛନ୍ତି ଯେ ଅନେକ ମାମଲାରେ ଅସମ୍ପୂର୍ଣ୍ଣ ତଥ୍ୟ ସତ୍ତ୍ବେ ଆଧାର ନମ୍ବର ଜାରି କରାଯାଇଛି। ଲୋକମାନଙ୍କ ଯେଉଁ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କରାଯାଇଛି ତାହାର ମାନ ଅତ୍ୟନ୍ତ ଦୁର୍ବଳ। ସେଥିପାଇଁ ସମାନ ବ୍ୟକ୍ତିଙ୍କ ନାମରେ ଏକାଧିକ ଆଧାର କାର୍ଡ ଜାରି ହୋଇଛି। ବହୁ ଲୋକଙ୍କ ନାମରେ ନକଲି ଆଧାର କାର୍ଡ ମଧ୍ୟ କରାଯାଇଥିବା ସିଏଜି ଜଣାଇଛନ୍ତି।

ବାୟୋମେଟ୍ରିକ୍ ତଥ୍ୟ ଜାରି କରାଯାଇଥିବା ନମ୍ବର ସହ ମେଳ ଖାଉଛି ନା ନାହିଁ ତାହା ଯାଞ୍ଚ କରିବାର ନିୟମ ରହିଛି। କିନ୍ତୁ କେତେକ ମାମଲାରେ ୧୦ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଏହି କାମ ହୋଇପାରିନାହିଁ। ଯେଉଁ ସଂସ୍ଥା ଓ ଏଜେନ୍ସିଗୁଡ଼ିକ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କରିବା ଲାଗି କାର୍ଯ୍ୟ କରୁଥିଲେ ସେମାନେ ବ୍ୟବହାର କରୁଥିବା ଡିଭାଇସ୍‌ରେ ଲୋକମାନଙ୍କ ତଥ୍ୟ ସଂରକ୍ଷିତ ରହୁଛି ନା ନାହିଁ ତାହା ଜାଣିବା ଲାଗି ୟୁଆଇଡିଏଆଇ କେବେ ପ୍ରୟାସ କରିନାହାନ୍ତି। ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟର ସୁରକ୍ଷାକୁ ନିଶ୍ଚିତ କରିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ନେଇନାହାନ୍ତି। ଆଧାର ନମ୍ବର ପାଇଁ ଆବେଦନ କରୁଥିବା ବ୍ୟକ୍ତି ଭାରତର ବାସିନ୍ଦା ନା ନାହିଁ ତାହା ସ୍ପଷ୍ଟ କରିବା ଲାଗି କୌଣସି ନିର୍ଦିଷ୍ଟ ପ୍ରମାଣ, ଦସ୍ତାବିଜ କିମ୍ବା ପ୍ରକ୍ରିୟାକୁ ବ୍ୟବହାର କରାଯାଇନାହିଁ। ତେଣୁ ଯେଉଁମାନଙ୍କୁ ଆଧାର କାର୍ଡ ଜାରି କରାଯାଇଛି, ସେମାନେ ସମସ୍ତେ ଭାରତର ବାସିନ୍ଦା ବୋଲି ସ୍ପଷ୍ଟ ଭାବେ କହିହେବନାହିଁ ବୋଲି ସିଏଜି କହିଛନ୍ତି।

ଡାକ ବିଭାଗ ସହିତ ୟୁଆଇଡିଏଆଇ କର୍ତ୍ତୃପକ୍ଷ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରିନଥିଲେ। ସେଥିପାଇଁ ବହୁ ଆଧାର କାର୍ଡ ଲୋକମାନଙ୍କ ପାଖରେ ପହଞ୍ଚିପାରନଥିଲା ଓ ସେଗୁଡ଼ିକ ସରକାରଙ୍କ ପାଖକୁ ଫେରିଆସିଥିଲା। ସେହିପରି, ‌‌ସଂଗ୍ରହ କରାଯାଇଥିବା ବାୟୋମେଟ୍ରିକ୍ ମାନ ଅତ୍ୟନ୍ତ ଦୁର୍ବଳ ରହିଥିବାରୁ ଆଧାର ଜରିଆରେ ସ୍ବୀକୃତି ପ୍ରଦାନ କରିବା କଷ୍ଟକର ହେଉଛି। ବ୍ୟାଙ୍କ, ମୋବାଇଲ୍‌ ଅପରେଟର ଓ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକୁ ଆଧାର ସ୍ବୀକୃତି ସେବାକୁ ମାଗଣାରେ ପ୍ରଦାନ କରାଯାଇଥିବାରୁ ଶୁଳ୍କ ଭାବେ ୟୁଆଇଡିଏଆଇ ପାଖରେ ଯେଉଁ ସୁଯୋଗ ଥିଲା ତାହା ହରାଇବାକୁ ପଡ଼ିଛି ବୋଲି ସିଏଜି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe