Advertisment

କଲିକତା ଷ୍ଟକ୍ ଏକ୍ସଚେଞ୍ଜ ବନ୍ଦ ହେବ: ୧୧୭ ବର୍ଷର ପୁରୁଣା ଷ୍ଟକ୍ ବଜାର, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରତିଦ୍ବନ୍ଦ୍ବୀ ଥିଲା

Advertisment

ଦେଶର ଅନ୍ୟତମ ସର୍ବପୁରାତନ ତଥା ୧୧୭ ବର୍ଷ ପୁରୁଣା କଲିକତା ଷ୍ଟକ୍ ଏକ୍ସଚେଞ୍ଜ ସବୁଦିନ ପାଇଁ ବନ୍ଦ ହୋଇଯିବ। ଦଶନ୍ଧିରୁ ଅଧିକ ସମୟ ଧରି ଏହା ଆଇନଗତ ଓ ନିୟାମକ ଲଢ଼େଇ ଲଢ଼ୁଥିଲା। ଶେଷରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଅଯାଇଛି।

ଦେଶର ଅନ୍ୟତମ ସର୍ବପୁରାତନ ତଥା ୧୧୭ ବର୍ଷ ପୁରୁଣା କଲିକତା ଷ୍ଟକ୍ ଏକ୍ସଚେଞ୍ଜ ସବୁଦିନ ପାଇଁ ବନ୍ଦ ହୋଇଯିବ। ଦଶନ୍ଧିରୁ ଅଧିକ ସମୟ ଧରି ଏହା ଆଇନଗତ ଓ ନିୟାମକ ଲଢ଼େଇ ଲଢ଼ୁଥିଲା। ଶେଷରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଅଯାଇଛି।

fshfsfhfhs

ନୂଆଦିଲ୍ଲୀ: ଦେଶର ଅନ୍ୟତମ ସର୍ବପୁରାତନ ତଥା ୧୧୭ ବର୍ଷ ପୁରୁଣା କଲିକତା ଷ୍ଟକ୍ ଏକ୍ସଚେଞ୍ଜ ସବୁଦିନ ପାଇଁ ବନ୍ଦ ହୋଇଯିବ। ଦଶନ୍ଧିରୁ ଅଧିକ ସମୟ ଧରି ଏହା ଆଇନଗତ ଓ ନିୟାମକ ଲଢ଼େଇ ଲଢ଼ୁଥିଲା। ଶେଷରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଅଯାଇଛି। ଏମିତିରେ ୨୦୧୩ ଏପ୍ରିଲରୁ ଷ୍ଟକ୍ ବଜାରରେ କାରବାର ବନ୍ଦ ହୋଇଯାଇଥିଲା। ତାହାକୁ ପୁନର୍ବାର ଖୋଲିବା ଲାଗି ହୋଇଥିବା ସବୁ ଉଦ୍ୟମ ବିଫଳ ହୋଇଥିଲା।

୧୧୭ ବର୍ଷର ପୁରୁଣା ଷ୍ଟକ୍ ବଜାର
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରତିଦ୍ବନ୍ଦ୍ବୀ ଥିଲା

କଲିକତା ଷ୍ଟକ୍ ଏକ୍ସଚେଞ୍ଜର ଅଧ୍ୟକ୍ଷ ଦୀପଙ୍କର ବୋଷ କହିଛନ୍ତି ଯେ ଚଳିତ ବର୍ଷ ଏପ୍ରିଲରେ ହୋଇଥିବା ବୈଠକରେ ଷ୍ଟକ୍ ବଜାର ବନ୍ଦ କରିବା ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ସେବି ତରଫରୁ ଷ୍ଟକ୍ ବଜାରର ମୂଲ୍ୟାଙ୍କନ କରିବା ଲାଗି ଏକ ଏଜେନ୍ସି ନିଯୁକ୍ତ କରାଯାଇଥିବା ସେ କହିଛନ୍ତି। ୧୯୦୮ରେ କଲିକତା ଷ୍ଟକ୍‌ ଏକ୍ସଚେଞ୍ଜ ସ୍ଥାପନ କରାଯାଇଥିଲା। ଏକଦା ଏହାକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଚାର କରାଯାଉଥିଲା। ବହୁବର୍ଷ ପର୍ଯ୍ୟନ୍ତ ଆଧିପତ୍ୟ ବଜାୟ ରଖିଥିବା ଏହି ଷ୍ଟକ୍ ଏକ୍ସଚେଞ୍ଜର ପତନ ୧୨୦ କୋଟି ଟଙ୍କାର କେତନ ପାରେଖ ଦୁର୍ନୀତି ପରଠାରୁ ଆରମ୍ଭ ହୋଇଥିଲା। ୨୦୧୩ରେ ଷ୍ଟକ ବଜାରରେ କାରବାର ବନ୍ଦ କରିଦିଆଯିବା ପରେ ଏହାର କର୍ତ୍ତୃପକ୍ଷ କଲିକତା ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। ତେବେ ସେଥିରୁ ସୁଫଳ ନ ମିଳିବାରୁ ଗତବର୍ଷ ଷ୍ଟକ୍ ବଜାରର ବୋର୍ଡ ଷ୍ଟକ୍ କାରବାରରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲା। 

କଲିକତା ଷ୍ଟକ୍ ଏକ୍ସ‌ଚେଞ୍ଜରେ ୧୭୪୯ଟି କମ୍ପାନି ତାଲିକାଭୁକ୍ତ ଥିଲେ ଓ ଏହାର ୬୫୦ରୁ ଅଧିକ ପଞ୍ଜୀକୃତ ସଦସ୍ୟ ରହିଛନ୍ତି। କିଛିଦିନ ଭିତରେ ବନ୍ଦ ହେବାକୁ ଯାଉଥିବା କଲିକତା ଷ୍ଟକ୍ ଏକ୍ସଚେଞ୍ଜ ଏହାର କର୍ମଚାରୀମାନଙ୍କୁ ସ୍ବେଚ୍ଛାକୃତ ଅବସର ସ୍କିମ ପ୍ରଦାନ କରିଛି। ସବୁ କର୍ମଚରୀ ଉକ୍ତ ସ୍କିମ୍‌କୁ ଗ୍ରହଣ କରିଥିଲେ। ତେବେ କେବଳ ନୀତି ନିୟମ ପାଳନ କାମ କରିବାକୁ କିଛି କର୍ମଚାରୀଙ୍କୁ ଚୁକ୍ତି ଭିତ୍ତିରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe